ରିମାଣ୍ଡରେ ଆସିବେ ପୁରୀ ଗଣବଳାତ୍କାର ଅଭିଯୁକ୍ତ, ପୀଡ଼ିତାଙ୍କୁ ମିଳିବ ୫ଲକ୍ଷ ଟଙ୍କାର ସହାୟତା: ଏସ୍‌ପି

ପୁରୀ ଅଫିସ,୪।୧୨: ପୁରୀ ଗଣବଳାତ୍କାର ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ। ଜେଲରେ ଥିବା ୨ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି ବୁଧବାର ଏସ୍‌ପି ଉମାଶଙ୍କର ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଘଟଣାର ତଦନ୍ତ ଜାରି ରହିଥିବା ବେଳେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି, ଅନ୍ୟ ୨ଜଣଙ୍କୁ ଖୋଜାଚାଲିଛି। ପୀଡ଼ିତାଙ୍କ ବୟାନ ଆଧାରରେ ବ୍ୟବହୃତ କାର୍‌କୁ ମଧ୍ୟ ପୋଲିସ ଖୋଜୁଛି। ସେହିଭଳି ଅଭିଯୁକ୍ତମାନେ ରିମାଣ୍ଡରେ ଆସିବା ପରେ ଅଧିକ କିଛି ତଥ୍ୟ ସ୍ପଷ୍ଟ ହେବ। ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଯଥାଶୀଘ୍ର ମିଳିବା ବ୍ୟବସ୍ଥା କରାଯାଉଛି। ପୀଡ଼ିତାଙ୍କୁ କୁମ୍ଭାରପଡ଼ାରେ ଛାଡ଼ିଥିବା ଯୁବତୀଯୁବକ ତଦନ୍ତ ପରିସରଭୁକ୍ତ ହେଉଛନ୍ତି। ଆବଶ୍ୟକସ୍ଥଳେ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଏସ୍‌ପି କହିଛନ୍ତି।

Share