ରିଲାଏନ୍ସ୍‌ ଜିଓ ସହିତ ୪୩,୫୭୪ କୋଟିର ଚୁକ୍ତି କଲା ଫେସ୍‌ବୁକ୍‌: ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ

ନୂଆଦିଲ୍ଲୀ,୨୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଫେସ୍‌ବୁକ୍‌ ଏବଂ ରିଲାଏନ୍ସ୍‌ ଜିଓ ମଧ୍ୟରେ ଏକ ବଡ଼ ଧରଣର ବ୍ୟବସାୟିକ ଚୁକ୍ତି ହୋଇଛି। ଚୁକ୍ତି ଅନୁସାରେ ରିଲାଏନ୍ସ୍‌ ଜିଓର ୯.୯୯ ପ୍ରତିଶତ ଅଂଶଧନ ଫେସ୍‌ବୁକ୍‌ ଅଧିଗ୍ରହଣ କରିଛି। ଏଣିକି ରିଲାଏନ୍ସ୍‌ ଜିଓରେ ଫେସ୍‌ବୁକ୍‌ ୪୩,୫୭୪ କୋଟି ଟଙ୍କାର ନିବେଶ କରିବ। ଏହି ଚୁକ୍ତି ଦ୍ୱାରା ଜିଓ ଭାରତର ୫ ଲିଷ୍ଟେଡ୍‌ କମ୍ପାନୀ ମଧ୍ୟରେ ତାଲିକାଭୁକ୍ତ ହେବ ବୋଲି କୁହାଯାଉଛି। ଭାରତ ପାଇଁ ଫେସ୍‌ବୁକ୍‌ ଏକ ବୃହତ ବଜାର ହୋଇଥିବାବେଳେ ଏହାର ଅଂଶୀଦାର ହ୍ବାଟସ୍‌ଆପ୍‌ରେ ଭାରତର ୪୦ କୋଟିରୁ ଅଧିକ ୟୁଜର ରହିଛନ୍ତି। ଏହି ଚୁକ୍ତି ଦ୍ୱାରା ଭାରତର ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ ହେବାର ଆଶା ରହିଛି। ସେମାନଙ୍କ ମଧ୍ୟରେ ୬ କୋଟି ଛୋଟ ବ୍ୟବସାୟୀ, ୧୨ କୋଟି କୃଷକ, ୩ କୋଟି ଛୋଟ ଦୋକାନୀ ରହିଥିବା କୁହାଯାଉଛି।

Share