Categories: ବାଣିଜ୍ୟ

ରିଲାଏନ୍ସ କମ୍ୟୁନିକେଶନରୁ ଅନୀଲ ଅମ୍ବାନୀଙ୍କ ଇସ୍ତଫା

ମୁମ୍ବାଇ,୧୭-୧୧: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ରିଲାଏନ୍ସ କମ୍ୟୁନିକେଶନ ୩୦,୧୪୨ କୋଟି ଟଙ୍କା କ୍ଷତି ସହିବା ପରେ ଏହାର ନିର୍ଦ୍ଦେଶକ ପଦବୀରୁ ଅନିଲ ଅମ୍ବାନୀ ଶନିବାର ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଉଚ୍ଚ ପଦପଦବୀରେ କାର୍ଯ୍ୟ କରୁଥିବା ଅନ୍ୟ ୪ ଅଧିକାରୀ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି। ରିଲାଏନ୍ସ କମ୍ୟୁନିକେଶନ ବର୍ତ୍ତମାନ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ଦେଇ ଗତି କରୁଛି। କମ୍ପାନୀର ସମ୍ପତ୍ତି ଏହା ଦ୍ୱାରା ବିକ୍ରି ହୋଇଯିବ। ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଦିଆଯାଇଥିବା ସୂଚନା ମୁତାବକ ଅନିଲ ଅମ୍ବାନୀଙ୍କ ବାଦ୍‌ ଛାୟା ବିରାନି, ରାୟନା କରାନି, ମଞ୍ଜରୀ କେକର ଏବଂ ସୁରେଶ ରଙ୍ଗାଚର ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ କମ୍ପାନୀର ନିର୍ଦ୍ଦେଶକ ତଥା ମୁଖ୍ୟ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟକରୁଥିବା ବି.ମଣିକାନ୍ତନ ଇସ୍ତଫା ଦେଇଥିଲେ। ଶୁକ୍ରବାର କମ୍ପାନୀର ଦ୍ୱିତୀୟ ତ୍ରୈମାସ ଫଳଫଳ ଘୋଷଣା ହୋଇଥିବା ବେଳେ ଏଥିରେ ରିଲାଏନ୍ସକୁ ୩୦,୧୪୨ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। ଏହି ରିପୋର୍ଟ ଆସିବା ପରେ ରିଲାଏନ୍ସ କମ୍ୟୁନିକେସନ ଶେୟାରରେ ୩.୨୮% କ୍ଷତି ହୋଇଛି। ଗତ ବର୍ଷ ଦ୍ୱିତୀୟ ତ୍ରୈମାସରେ କମ୍ପାନୀ ୧୧୪୧ କୋଟି ଟଙ୍କା କ୍ଷତି ସହିଥିଲା।

Share