Categories: ବାଣିଜ୍ୟ

ରିଲାଏନ୍ସ ପେଟ୍ରୋ ରିଟେଲରେ ନିବେଶ କରିବ ବିପି

ବ୍ରିଟେନର ମଲ୍ଟିନ୍ୟାଶନାଲ ତୈଳ ଓ ବାଷ୍ପ କମ୍ପାନୀ ବିପି ରିଲାଏନ୍ସର ପେଟ୍ରୋ ରିଟେଳ ନେଟ୍‌ଓ୍ବର୍କର ୪୯ ପ୍ରତିଶତ ଅଂଶଧନ କିଣିବ। ଏଥିଲାଗି ବିପି ୭ ହଜାର କୋଟି ଟଙ୍କା ଦେବ। ଆର୍‌ଆଇଏଲ୍‌ର ବାର୍ଷିକ ବୈଠକରେ ମୁକେଶ ଏହା ଘୋଷଣା କରିଛନ୍ତି। ଦେଶରେ ନୂଆ ପେଟ୍ରୋଲ ପମ୍ପ ଖୋଲିବା ଏବଂ ବିମାନ ଇନ୍ଧନର ଖୁଚୁରା ବିକ୍ରି କରିବା ଲାଗି ଦୁଇ କମ୍ପାନୀ ଏକାଠି ହେବେ ବୋଲି ଗତ ସପ୍ତାହରେ ଘୋଷଣା କରିଥିଲେ। ବର୍ତ୍ତମାନ ସାରା ଦେଶରେ ରିଲାଏନ୍ସର ୧୪୦୦ ପେଟ୍ରୋଲ ଓ ୩୧ ବିମାନ ଇନ୍ଧନ ପମ୍ପ ରହିଛି। ଏହାକୁ ବିପି ସହ ତିଆରି ହେବାକୁ ଥିବା ଯୁଗ୍ମ କମ୍ପାନୀକୁ ସ୍ଥାନାନ୍ତରିତ ହେବ। ଏହି ଯୁଗ୍ମ କମ୍ପାନୀରେ ବିପିର ୪୯ ପ୍ରତିଶତ ଅଂଶଧନ ରହିବ। ଅବଶିଷ୍ଟ ୫୧ ପ୍ରତିଶତ ରିଲାଏନ୍ସ ନିଜ ହାତରେ ରଖିବ। ଆସନ୍ତା ୫ ବର୍ଷରେ ଦେଶରେ ୫୫୦୦ ପେଟ୍ରୋଲ ପମ୍ପ ଖୋଲିବା ରିଲାଏନ୍ସର ଲକ୍ଷ୍ୟ ରହିଛି।

Share