ବ୍ୟାୟାମର ସୁପ୍ରଭାବ ଆମ ଶରୀର ଉପରେ କେତେକ ପଡିଥାଏ ତାହା ଅନୁଭବୀ ହିଁ ଜାଣେ। ସେଥିପାଇଁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରିଛନ୍ତି। ପ୍ରତିଦିନ ସକାଳୁ ଅଧ ଘଣ୍ଟାଏ ଚାଲିଲେ ତାହା ଶରୀରକୁ ସତେଜ ରଖିଥାଏ। ଏବେ ଅନେକ ବ୍ୟାୟାମ କରିବା ସମୟରେ ଗୀତ ଶୁଣୁଥିବାର ଦେଖିବାକୁ ମିଳୁଛି। ଏହାଦ୍ୱାରା ମନ ପ୍ରଫୁଲ୍ଲ ରହିଥାଏ। ଅପରପକ୍ଷରେ ଏହି ସମୟରେ ଗୀତ ଶୁଣିବା ଦ୍ୱାରା ବ୍ୟାୟାମ କରିବାର ଏକାଗ୍ରତା ପ୍ରଭାବିତ ହୋଇଥାଏ ବୋଲି କେତେକ ମତ ଦିଅନ୍ତି। ହେଲେ ଏହା ଠିକ୍ ନୁହେଁ ବୋଲି ଓ୍ବାଶିଂଟନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ପ୍ରକାଶ କରିଛନ୍ତି। ବ୍ୟାୟାମ ସମୟରେ ଗୀତ ଶୁଣିବାକୁ ସେମାନେ ‘ରିଲାକ୍ସ ଥେରାପି’ ନାମରେ ନାମିତ କରିଛନ୍ତି। ହେଲେ ଏହି ସମୟରେ ହାଲକା ମ୍ୟୁଜିକ ଶୁଣିବା ଭଲ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।