ରିଲିଜ୍‌ ଅପେକ୍ଷାରେ ‘ଗୁଡ୍‌ ନ୍ୟୁଜ’ ଟ୍ରେଲର୍‌

ମୁମ୍ବାଇ: ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ଟ୍ରେଲର୍‌ ସୋମବାର ରିଲିଜ୍‌ ହେବ ବୋଲି ଖିଲାଡି ବୟ ଅକ୍ଷୟ କୁମାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହାସହ ଅକ୍ଷୟ ଲେଖିଛନ୍ତି, ଆଗକୁ ଡବଲ ସମସ୍ୟା। ତେବେ କି ସମସ୍ୟା ରହିଛି ତାକୁ ଦର୍ଶକେ ଅପେକ୍ଷା ରଖିଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ କରିନା କପୁର ଖାଁ ଓ ଅକ୍ଷୟ କୁମାର ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି କରନ ଜୋହର। ଆସନ୍ତା ଡିସେମ୍ବର ୨୭ରେ ଏହା ପରଦାକୁ ଆସିବ ବୋଲି କୁହାଯାଉଛି। ଆଗରୁ ଅକ୍ଷୟ-କରିନାଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିଥିବା ବେଳେ ଏଥର ମଧ୍ୟ ପସନ୍ଦ କରିବେ ବୋଲି ନିର୍ମାତା ନିର୍ଦ୍ଦେଶକ ଆଶା ରଖିଛନ୍ତି। ଦୀର୍ଘ ୯ ବର୍ଷ ପରେ ପୁଣିଥରେ ଏହି ଯୋଡି ଫେରୁଥିବାରୁ ଦର୍ଶକେ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏମାନଙ୍କ ବ୍ୟତୀତ ‘ଗୁଡ୍‌ ନ୍ୟୁଜ’ରେ ଦିଲଜିତ ଦୋସାଂଝ, କିଆରା ଆଡଭାନି ଓ ଜିମି ସେରଗିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

Share