ରିଲିଜ୍‌ ହେଲା ‘ଅଂଗ୍ରେଜୀ ମିଡିୟମ୍‌’ର ଗୀତ ‘କୁଡି ନୁ ନଚାନେ ଦେ’: ଏଥିରେ ସମସ୍ତ ଅଭିନେତ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌। ଏହା ମାଧ୍ୟମରେ ସେ ବଲିଉଡ୍‌ ଫିଲ୍ମ, ଗୀତ ଏବଂ କଳାକାରଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି। ଏବେ ସେ ଅଭିନେତ୍ରୀଙ୍କ ପ୍ରଶଂସା କରିଛନ୍ତି। ନିକଟରେ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ର ଏକ ଗୀତ ରିଲିଜ୍‌ ହୋଇଛି। ଏହି ଗୀତରେ ଅଭିନେତ୍ରୀ କଟ୍ରିନା କୈଫ୍‌, ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା, ଜାହ୍ନବୀ କପୁର, କିୟାରା ଆଡଓ୍ବାନୀ, ରାଧିକା ମଦାନ ପ୍ରମୁଖ ରହିଛନ୍ତି। ଏହି ସମସ୍ତ ଅଭିନେତ୍ରୀଙ୍କୁ ଅମିତାଭ୍‌ ପ୍ରଶଂସା କରିଛନ୍ତି। ସେ ଟ୍ବିଟ୍‌ ମାଧ୍ୟମରେ ଗୀତର ପ୍ରଶଂସା କରିବା ସହ ଲେଖିଛନ୍ତି, ସମସ୍ତ ମହିଳା ଆତ୍ମବିଶ୍ୱାସର ସହ ରୁହନ୍ତୁ, ଚମକିବା ସହ ନୃତ୍ୟ କରନ୍ତୁ। କାରଣ ଏହି ମଞ୍ଚ ହେଉଛି ଆପଣମାନଙ୍କର। ଏଥିସହ ସେ ଅନ୍ୟ ଏକ ଟ୍ବିଟ୍‌ ମାଧ୍ୟମରେ ଅଭିନେତା ଇରଫାନ୍‌ ଖାନ୍‌ଙ୍କର ପ୍ରଶଂସା କରିଛନ୍ତି।
ଅନ୍ତର୍ଜାତୀୟ ମହିଳା ଦିବସର କିଛି ଦିନ ପୂର୍ବରୁ ଏହି ଗୀତଟି ରିଲିଜ୍‌ ହୋଇଛି। ମହିଳାଙ୍କ ଉପରେ ଗୀତଟି କେନ୍ଦ୍ରୀଭୂତ। ଫିଲ୍ମର ପ୍ରଚାର ପାଇଁ ନିର୍ମାତା ସ୍ବତନ୍ତ୍ର ଭାବେ ଗୀତ ‘କୁଡି ନୁ ନଚ୍‌ନେ ଦେ’କୁ ରଖିଛନ୍ତି।

Share