ରିଲିଜ୍‌ ହେଲା ତାରା-ସିଦ୍ଧାର୍ଥଙ୍କ ନୂଆ ଗୀତ

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ ତାରା ସୂତରିଆ ପୁଣି ଥରେ ଏକାଠି ହୋଇଛନ୍ତି। ଉଭୟଙ୍କ ନୂଆ ଗୀତ ରିଲିଜ୍‌ ହୋଇଛି। ଗୀତର ନାଁ ହେଉଛି ‘ମସ୍‌କଲି ୨.୦’। ଏହି ଗୀତରେ ପୁଣିଥରେ ଉଭୟଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି, ଯାହାକୁ ଦର୍ଶକ ପସନ୍ଦ କରୁଛନ୍ତି। ଗୀତଟିକୁ ତୁଲ୍‌ସୀ କୁମାର ଏବଂ ସଚେତ୍‌ ଟଣ୍ଡନ ଗାଇଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତନିଷ୍କ ବାଗ୍‌ଚୀ। ତେବେ ଗୀତଟିର ବିଶେଷତ୍ୱ ହେଲା ସମ୍ପୂର୍ଣ୍ଣ ଗୀତଟି ଗୋଟିଏ ଘରେ ଶୁଟ୍‌ ହୋଇଛି। ଗୀତଟି ବେଶ୍‌ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଗୀତଟି ଅଭିଷେକ ବଚ୍ଚନ ଓ ସୋନମ କପୁରଙ୍କ ଫିଲ୍ମ ‘ଦିଲ୍ଲୀ-୬’ର ଗୀତ ମସ୍‌କଲିର ରିମିକ୍ସ ଭର୍ସନ। ଏହା ଏ.ଆର. ରେହେମାନଙ୍କ ଗୀତ ଥିଲା। ସେତେବେଳେ ଗୀତଟି ଜବରଦସ୍ତ ହିଟ୍‌ ହୋଇଥିଲା। ଏହାପୂର୍ବରୁ ତାରା ଏବଂ ସିଦ୍ଧାର୍ଥ ‘ମରଯାଓ୍ବଁା’ରେ ନଜର୍‌ ଆସିଥିଲେ। ଫିଲ୍ମରେ ଦର୍ଶକ ଉଭୟଙ୍କ କେମେଷ୍ଟ୍ରିକୁ ବେଶ୍‌ ପସନ୍ଦ କରିଥିଲେ।

Share