ରିଲିଜ୍‌ ହେଲା ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର ଦେଖିବାକୁ ମିଳିଛି ଭରପୁର ପ୍ୟାର, ମୋହବତ, ରୋମାନ୍ସ ଓ ଆଡଭେଞ୍ଚର। ଏହା ଏକ ରୋମାଣ୍ଟିକ ଡ୍ରାମା ମୁଭି ହୋଇଥିବା ବେଳେ ନିଜର ଡେବ୍ୟୁ ଫିଲ୍ମକୁ ନେଇ କରନ ବେଶ୍‌ ଉତ୍ସାହିତ ଅଛନ୍ତି। ନିକଟରେ ଏହାର ଟିଜର ରିଲିଜ୍‌ ହୋଇଥିବା ବେଳେ ନାୟିକା ନାୟକଙ୍କ କେମେଷ୍ଟ୍ରି ଖୁବ୍‌ ଜମି ଥିବା ଲକ୍ଷ୍ୟ କରାଯାଇଥିଲା। ଫିଲ୍ମଟି ଆସନ୍ତା ୨୦ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି।

Share