ରିଲିଜ୍‌ ହେଲା ‘ପାଗଲପଂତି’ର ନୂଆ ଟିଜର୍‌: ଦର୍ଶକେ ହସି ହସି ବେଦମ

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହେବାକୁ ଯାଉଛି କମେଡି ଫିଲ୍ମ ‘ପାଗଲପଂତି’। ନଭେମ୍ବର ୨୨ରେ ଏହା ଫ୍ଲୋରକୁ ଆସିବାକୁ ଥିବା ବେଳେ ଏହା ପୂର୍ବରୁ ଏହାର କିଛି ଟିଜର୍‌ ରିଲିଜ୍‌ ହୋଇଥିଲା। ଏବେ କିନ୍ତୁ ଯେଉଁ ନୂଆ ଟିଜର୍‌ଟି ଆସିଛି ତାକୁ ଦେଖି ଦର୍ଶକେ ହସି ହସି ବେଦମ୍‌ ହେଲେଣି। ଇଲିୟାନା ଡିକ୍ରୁଜ ନିଜ ଟୁଇଟର ଆକାଉଣ୍ଟରେ ଏହି ନୂଆ ଟିଜର୍‌ଟିକୁ ଶେୟାର କରିଛନ୍ତି। ଏହାସହ ସେ କ୍ୟାପଶନରେ ଲେଖିଛନ୍ତି ଏହାର ମୁହଁକୁ ଦେଖି ବିଶ୍ୱାସ କରନ୍ତୁ ନାହିଁ, ଏହା ଯେତିକି ସିଧାସାଧା ଦେଖାଯାଉଛି ସେତିକି ନୁହେଁ, ଚାରି ଦିନ ଭିତରେ ଏହା ଆପଣଙ୍କୁ ପାଗଳ କରିବାକୁ ଆସୁଛି। ତେବେ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ନୂଆ ଟିଜର୍‌କୁ ଦେଖି ଦର୍ଶକେ ହସି ହସି ବେଦମ୍‌ ହେଲେଣି। ଏହି ନୂଆ ଟିଜରରେ ଜନ୍‌ ଆବ୍ରାହମ, ଉର୍ବଶୀ ରୌତେଲା, ଅରଶଦ ଓ୍ବାରସି, ପୁଲକିତ ସମ୍ରାଟ ନଜର ଆସିଛନ୍ତି। ଏବେ ଏହି ଫିଲ୍ମର ସମସ୍ତ କଳାକାର ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ଫିଲ୍ମର କଳାକାରମାନେ ସଲମାନ ଖାଁ ହୋଷ୍ଟ କରୁଥିବା ଶୋ’ ‘ବିଗ୍‌ ବସ୍‌’ରେ ପ୍ରମୋଶନ ପାଇଁ ଯାଇଥିବା ବେଳେ ‘ଦ କପିଲ ଶର୍ମା ଶୋ’ରେ ବି ଏମାନଙ୍କୁ ଦେଖିବାକୁ ମିଳିଥିଲା।

Share