ରିଲିଜ୍‌ ହେଲା ‘ମିଶନ ମଙ୍ଗଲ’ର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅପ୍‌କମିଙ୍ଗ ଫିଲ୍ମ ମିଶନ ମଙ୍ଗଲର ଟ୍ରେଲର ରିଲିଜ୍‌ ହୋଇଛି। ନିଜେ ଅକ୍ଷୟ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହାକୁ ଦେଖିବା ପରେ ଲାଗୁଛି ଫିଲ୍ମଟି ଖୁବ୍‌ ଧମାକାଦାର୍‌ ଓ ହିଟ୍‌ ହେବ। ଏହା ପୂର୍ବରୁ ଅକ୍ଷୟ ଏହି ଫିଲ୍ମର ପୋଷ୍ଟର ଶେୟାର କରିଥିବା ବେଳେ ଏଥିରେ ପ୍ରାୟ ସବୁ କଳାକାର ନଜର ଆସିଥିଲେ। ଟ୍ରେଲରଟି ଦେଖିବା ପରେ ଜଣାପଡୁଛି କେହି ଯେମିତି ହାରିବାକୁ ପ୍ରସ୍ତୁତ ନୁହେଁ। ଯେମିତି ହେଉ ଏମାନେ ମଙ୍ଗଳ ଗ୍ରହରେ ପହଞ୍ଚିବାକୁ ଚାହୁଁଛନ୍ତି। ତେବେ ଟ୍ରେଲରରେ ଅକ୍ଷୟଙ୍କ ବ୍ୟତିତ ସୋନାକ୍ଷୀ ସିହ୍ନା, ବିଦ୍ୟା ବଲାନ, ତାପସି ପନ୍ନୁ, ସରମନ ଯୋଶୀ ଆଦି ନଜର ଆସୁଛନ୍ତି। ଅଗଷ୍ଟ ୧୫ରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ ଅକ୍ଷୟ ଏଥିରେ ଜଣେ ନିର୍ଦ୍ଦେଶକ ଭୂମିକାରେ ନଜର ଆସିବେ। ତେବେ ଟିଜରରେ ଯାହା ଦେଖିବାକୁ ମିଳିଥିଲା ଟ୍ରେଲରଟି ଏହାଠାରୁ ସମ୍ପୁର୍ଣ୍ଣ ଭିନ୍ନ।

Share