ରିଲିଜ୍‌ ହେଲା ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’: ଦର୍ଶକ କହିଲେ ‘ବ୍ଲକବଷ୍ଟର’

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ ରିଲିଜ ହୋଇଯାଇଛି। ‘ଚୁଲବୁଲ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଏହି ଖ୍ରୀଷ୍ଟମାସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଦମଦାର କମେଡି ସାଙ୍ଗକୁ ସଲମାନ ଖାନଙ୍କ ଆକ୍ସନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ଫିଲ୍ମ ଦେଖି ଦର୍ଶକ ବ୍ଲକବଷ୍ଟର ବୋଲି କହିଛନ୍ତି। ସଲମାନଙ୍କ ହୋମ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମଟି ସୁପଟହିଟ୍‌ ସାବ୍ୟସ୍ତ ହେବ ବୋଲି ଫିଲ୍ମ ସମୀକ୍ଷକ ଭବିଷ୍ୟବାଣୀ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ଏଥିରେ ସଲମାନଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି ସୋନାକ୍ଷୀ ସିହ୍ନା। ଅନ୍ୟପକ୍ଷରେ ଅରବାଜ ଖାଁ, ମାହି ଗିଲ, ସନ୍ତୋଷ ଶୁକ୍ଳାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳଛି। ଚଳଚ୍ଚିତ୍ରରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ସନ୍ଦୀପ ସିରୋଦକର।

Share