ରିଲିଜ୍‌ ହେଲା ‘ସାହୋ’ର ଟିଜର: ଦେଖିବାକୁ ମିଳୁଛି ପ୍ରଭାସଙ୍କ ଆକ୍ସନ ସହ ରୋମାନ୍ସ

ମୁମ୍ବାଇ: ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ଟିଜର। ଏଥିରେ ରୋମାନ୍ସ ସହ ଭରପୂର ଆକ୍ସନ ଦେଖିବାକୁ ମିଳୁଛି। ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁର ଏଥିରେ ଅଭିନୟ କରିଛନ୍ତି। ତେବେ ଟିଜରକୁ ଦେଖିବା ପରେ ଦର୍ଶକଙ୍କ ମନରେ ଫିଲ୍ମକୁ ନେଇ କ୍ରେଜ୍‌ ବୃଦ୍ଧି ପାଇଛି।

୧ ମିନିଟ୍‌ ୩୯ ସେକେଣ୍ଡର ଏହି ଭିଡିଓକୁ ତିନୋଟି ଭାଷାରେ ରିଲିଜ୍‌ କରାଯାଇଛି। ଏଥିରେ ଅନ୍ୟାନ୍ୟ ଭୂମିକାରେ ଥିବା ମନ୍ଦିରା ବେଦୀ, ନିଲ ନୀତିନ ମୁକେଶ, ଜ୍ୟାକି ଶ୍ରଫ୍‌ ଓ ଚଙ୍କି ପାଣ୍ଡେ ପ୍ରମୁଖଙ୍କ କିଛି ଝଲକ ଦେଖାଯାଇଛି।

‘ସାହୋ’ ନିର୍ମାତା ଏହାକୁ ଭାରତର ସବୁଠାରୁ ବଡ଼ ଆକ୍ସନ ଚଳଚ୍ଚିତ୍ର ବୋଲି ଅଭିହିତ କରୁଛନ୍ତି। ଅପରପକ୍ଷେ ବାହୁବଲୀ ପରେ ପ୍ରଭାସଙ୍କ ଏହା ପ୍ରଥମ ଫିଲ୍ମ ହୋଇଥିବାରୁ ଦର୍ଶକ ଉତ୍ସାହିତ ଅଛନ୍ତି।

Share