ରିଲିଜ୍‌ ହେଲା ହିମେଶ ରେଶମିୟାଙ୍କ ଅଭିନୀତ ଫିଲ୍ମର ଟିଜର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର କମ୍‌ ଆକ୍ଟର ହିମେସ୍‌ ରେଶମିୟା ଏବେ ଜଣେ ଅଭିନେତା ଭାବେ ଦର୍ଶକଙ୍କ ପାଖେ ଉଭା ହେବେ। ତାଙ୍କ ଅଭିନୀତ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର’ର ଟିଜର ରିଲିଜ୍‌ ହୋଇଛି। ପୂର୍ବରୁ ଏହାର ମୋଶନ୍‌ ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଏବେ ଏହାର ଫୁଲ୍‌ ଅନ୍‌ ମ୍ୟୁଜିକ୍‌ ଟିଜର୍‌ ରିଲିଜ୍‌ ହୋଇଛି। ଏଥିରେ ହିମେଶ ଭିନ୍ନ ଏକ କ୍ୟାରେକ୍ଟରରେ ଦେଖିବାକୁ ମିଳିବେ। ଏଥିରେ ଲାଗି ଲାଗି ୫ଟି ଗୀତ ଥିବା ବେଳେ ଏଥିମଧ୍ୟରୁ କିଛି ଗୀତକୁ ହିମେଶ ନିଜେ କମ୍ପୋଜ କରିଛନ୍ତି। ୩ ମିନିଟର ଏହି ଟିଜରରେ କମେଡି ଓ ଇମୋଶନଠାରୁ ଆରମ୍ଭ କରି ସବୁକିଛି ଦେଖିବାକୁ ମିଳିବ। ଆଉ ହିମେଶ ଆସିବେ ଏକ ନୂଆ ଲୁକ୍‌ରେ। ସେ ଏଥିରେ ସୋନିଙ୍କ ସହ ରୋମନ୍ସ କରିବେ ପୁଣି ଡବଲ ରୋଲରେ ବି ଦେଖାଦେବେ। ଅବଶ୍ୟ ଏତେ ସବୁ କଥା ଜାଣିବା ପରେ ତାଙ୍କ ଫ୍ୟାନମାନେ ନିଶ୍ଚିତ ଭାବେ ଏହି ଫିଲ୍ମକୁ ଅପେକ୍ଷା ରଖିବେ।

Share