ରିଲିଜ୍‌ ହେଲା ‘ୟାଦ ପିୟା କି ଆନେ ଲଗି’ର ରିକ୍ରିଏଟ୍‌ ଭର୍ସନ

ମୁମ୍ବାଇ: ବଲିଉଡ୍‌ ବିୟୁଟି ଦିବ୍ୟା ଖୋସଲାଙ୍କୁ କେତେ ଗୁଡିଏ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଛି। ଏବେ ତାଙ୍କର ଆଉଏକ ଗୀତ ‘ୟାଦ ପିୟା କି ଆନେ ଲଗି’ ରିଲିଜ୍‌ ହୋଇଯାଇଛି। ଅବଶ୍ୟ ଏହାକୁ ନେଇ ଦିବ୍ୟା ପୂର୍ବରୁ କିଛି ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ବଧୂ ବେଶରେ ଥିବା ବେଳେ ଚଷମା ଲଗାଇବା ଲୁକ୍‌ ଦେଖିବା ଭଳି ହୋଇଥିଲା। ଏଥିରେ ଦିବ୍ୟାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଦିଓ୍ବାନା କରିଛି। ନେହା କକ୍କଡଙ୍କ କଣ୍ଠରେ ଜାନି ଓ ତନିଷ୍କ ବାଗଚୀ ଏହାର ରିକ୍ରିଏଟ୍‌ କରିଛନ୍ତି। ଏହା ଫାଲଗୁନି ପାଠକଙ୍କ ପ୍ରଥମ ଗୀତ। ଏହି ଗୀତ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ। ଆଉ ଦିବ୍ୟା ମଧ୍ୟ ଫାଲଗୁନୀଙ୍କ ଭିଡିଓ ସଙ୍ଗ ଆଇୟୋ ରମା ମାଧ୍ୟମରେ ଡେବ୍ୟୁ କରିଥିଲେ। ଏଥର ଦିବ୍ୟାଙ୍କ ‘ୟାଦ ପିୟା କି ଆନେ ଲଗି’ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା।

Share