ରିଲିଜ୍‌ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଅରମାନଙ୍କ ନୂଆ ଗୀତ ‘ଜହର’

ମୁମ୍ବାଇ: କେବଳ ଗୀତ ପାଇଁ ନୁହେଁ ସୋସିଆଲ ମିଡିଆ ୟୁଟ୍ୟୁବରେ ଅରମାନ ମଲିକ ବହୁତ ଲୋକପ୍ରିୟ। ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।
ୟୁଟ୍ୟୁବର୍‌ ଅରମାନ ତାଙ୍କର ‘ଜହର’ ନାମକ ଏକ ନୂଆ ଗୀତ ସୋସିଆଲ ମିଡିଆରେ ରିଲିଜ କରିଛନ୍ତି। ଅୟୁବ ଖାନଙ୍କ ସହ ମିଶି ଅରମାନ ଏହି ଗୀତଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ଗୀତରେ ଅରମାନଙ୍କ ସହ ବୈଷ୍ଣବ ଚୌଧୁରୀ ନଜର ଆସିଛନ୍ତି। ଉଭୟଙ୍କ କେମେଷ୍ଟ୍ରିକୁ ଫ୍ୟାନ୍ସ ପସନ୍ଦ କରିଛନ୍ତି। ଏହି ଗୀତଟି ଏବେ ୟଟ୍ୟୁବ୍‌ରେରେ ଟ୍ରେଣ୍ଡ କରୁଛି।

ରିଲିଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଅରମାନଙ୍କ ଏହି ନୂଆ ଗୀତ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଫ୍ୟାନ୍ସ ଏହି ଗୀତଟିକୁ ଢେର ସାରା ଭଲ ପାଇବା ଦେଇଛନ୍ତି।

Share