ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ସବୁ ପ୍ରତୀକ୍ଷାର ଘଟାଇ ରିଲିଜ୍‌ ଶୁକ୍ରବାର ହେଲା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ହିନ୍ଦୀ ସମେତ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ୍‌ ହୋଇଛି। ଫିଲ୍ମଟି ୩୫୦କୋଟି ବଜେଟ୍‌ରେ ନିର୍ମିତ ହୋଇଛି। ଏହି ଫିଲ୍ମରେ ରଣବୀର-ଆଲିଆଙ୍କ ବ୍ୟତିତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ମଧ୍ୟ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଆଡଭାନ୍ସ ଟିକେଟ୍‌ ବୁକିଂରେ ରେକର୍ଡ କରିଥିଲା। ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ବୁଧବାର ସୁଦ୍ଧା ‘ବ୍ରହ୍ମାସ୍ତ୍ର’ ଆଡଭାନ୍ସ ବୁକିଂରେ ପ୍ରାୟ ୧୮ କୋଟି ଟଙ୍କା ରୋଜଗାର କରିଥିଲା। ଯାହା ଚଳିତ ବର୍ଷ ବଲିଉଡ ଫିଲ୍ମର ସର୍ବାଧିକ ବୋଲି କୁହାଯାଉଛି। ଆଶା କରାଯାଉଛି ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ।

Share