ରିଲିଜ୍ ହେଲା ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ଦୀର୍ଘ ପ୍ରାୟ ଦୁଇ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ଅଭିନେତା ସାହିଦ କପୁର । ଏବେ ସେ ତାଙ୍କ ଅପକମିଂ ଫିଲ୍ମ ‘ଜର୍ସି’ରେ ଆକ୍ଟିଙ୍ଗର କମାଲ ଦେଖାଇବେ । ତାଙ୍କ ପ୍ରଶଂସକ ଉତ୍ସୁକତାର ସହ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି । ଇତିମଧ୍ୟରେ ସୋମବାର ‘ଜର୍ସି’ର ଫାଷ୍ଟଲୁକ୍ ଅଫିସିୟାଲି ରିଲିଜ୍ କରାଯାଇଛି । ଏହାକୁ ଫିଲ୍ମର ଲିଡ ରୋଲରେ ଥିବା ସାହିଦ କପୁର ବି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଆଉ ଏହାର ଫାଷ୍ଟଲୁକ୍ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।
ଫିଲ୍ମର ପୋଷ୍ଟରରେ ଅଭିନେତା ସାହିଦ କପୁର ବିଲକୁଲ ଭିନ୍ନ ଅ୍‌ଦାଜରେ ନଜର ଆସୁଛନ୍ତି । ପୋଷ୍ଟରଟି ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଆହୁରି ବଢି ଯାଇଛି । ମଙ୍ଗଳବାର ଫିଲ୍ମର ଟ୍ରେଲର ରିଲିଜ୍ କରାଯିବ ।
ଫିଲ୍ମର ନିର୍ମାତା ଅମନ ଗିଲ ଟ୍ରେଲର ରିଲିଜ୍ ହେବାର ତାରିଖ ଜଣାଇବା ସହ ଦର୍ଶକଙ୍କ ପ୍ରତିକ୍ରିୟାକୁ ଅପେକ୍ଷା ରଖିଥିବା କହିଛନ୍ତି । ଦୀର୍ଘ ୨ ବର୍ଷ ହେବ ଏହାର କାମ ଚାଲିଥିବା ବେଳେ ସେମାନେ ଦର୍ଶକଙ୍କୁ ନିରାଶ କରିବେ ନାହିଁ ବୋଲି କହିଛନ୍ତି । ତେବେ ଫିଲ୍ମଟି ଡିସେମ୍ବର ୩୧ରେ ରିଲିଜ୍ କରାଯିବ ବୋଲି ଜଣାପଡିଛି ।

Share