ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌। କେବଳ ସେ ନୁହନ୍ତି ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିବା ସୁମନପ୍ରିୟା ମଧ୍ୟ ନବାଗତା। ନିଜର ପ୍ରଥମ ସିନେମା ବିଷୟରେ ଡ. ପ୍ରୀତ୍‌ କହନ୍ତି, ‘ପିଲାଟି ଦିନରୁ ମୋର ସଙ୍ଗୀତ ପ୍ରତି ଆଗ୍ରହ ଥିଲା। ଏମବିବିଏସ୍‌ ପଢ଼ୁଥିବା ବେଳେ ମୁଁ ଏକ ବ୍ୟାଣ୍ଡ ଗଠନ କରିଥିଲି। ବର୍ତ୍ତମାନ ମୁଁ ସର୍ଜରୀରେ ଏମଏସ କରୁଛି, ହେଲେ ସଙ୍ଗୀତ ସହ ଅଭିନୟକୁ ମୋ’ କ୍ୟାରିୟର ସହ ଯୋଡ଼ିଛି। ‘ବୈଶାଳୀ’ ଫିଲ୍ମରେ ମୋତେ ଚାନ୍ସ ମିଳିବା ପରେ ତାହାକୁ ଏକ ଚ୍ୟାଲେଞ୍ଜ ଭାବରେ ନେଇଥିଲି। ଏହାର ମୁଖ୍ୟ ଭୂମିକାରେ ମୁଁ ଅଭିନୟ କରିଛି ଏବଂ ଆଶା ରଖିଛି ଫିଲ୍ମଟି ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ। ଅଜୟ ସାମଲଙ୍କ କାହାଣୀକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି। ଏକ ଭିନ୍ନ ଧରଣର କାହାଣୀକୁ ନେଇ ବୈଶାଳୀ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟିର ପ୍ରଯୋଜନା କରିଛନ୍ତି ସୁଧୀର ଜୈନ। ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଉଛନ୍ତି ଆଶୁତୋଷ ଦାସ (ବାବୁ ଦା’)। ଖାସ୍‌ କଥା ହେଲା, ପ୍ରଥମ ଫିଲ୍ମରେ ସୁମନପ୍ରିୟା ଡବଲ ରୋଲ୍‌ରେ ଦେଖାଦେବେ, ଯାହାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଏହି ନବାଗତା। ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଡ. ପ୍ରୀତ୍‌-ସୁମନପ୍ରିୟାଙ୍କ ବ୍ୟତୀତ ଅଭିଷେକ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ପୃ୍‌ଥ୍ବୀରାଜ, ପ୍ରତିଭା ପଣ୍ଡା, ହରିହର ମହାପାତ୍ର, ରବି ମିଶ୍ର, ମନୀଷା ମିଶ୍ର, ଅସିତ୍‌ ପତି ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଅଭିଜିତ୍‌ ମଜୁମଦାରଙ୍କ ସ୍ବର ସଂଯୋଜନାରେ ଏଥିରେ ସଂଯୋଜିତ ଗୀତଗୁଡ଼ିକ ପାଇଁ କଣ୍ଠଦାନ କରିଛନ୍ତି ଉଦିତ୍‌ ନାରାୟଣ, ପାମେଲା ଜୈନ, ହ୍ୟୁମନ ସାଗର, ଅରବିନ୍ଦ, ମଣ୍ଟୁ ଛୁରିଆ, ଦୀପ୍ତିରେଖା, ଅମ୍ରିତା ଏବଂ ସୋହିନୀ। ତେବେ ଫିଲ୍ମଟି ଏହି ନବାଗତ ଯୋଡିଙ୍କୁ କେତେ ମାଇଲେଜ ଦେଉଛି ତାହା ରିଲିଜ ପରେ ହିଁ ଜଣାପଡ଼ିବ।

Share