Categories: ବାଣିଜ୍ୟ

ରିଲିଫ୍‌ ପାଣ୍ଠିକୁ ବିପିସିଏଲ୍‌ ପକ୍ଷରୁ ୫ କୋଟି

ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ରିଟେଲ ମୁଖ୍ୟ (ଓଡ଼ିଶା-ଝାଡଖଣ୍ଡ) ଦେବାଶିଷ ପାଲିତ ,ଏଲ୍‌ପିଜି ରାଜ୍ୟ ମୁଖ୍ୟ ସଞ୍ଜୟ ଶର୍ମା, ମୁଖ୍ୟ ରିଟେଲ ପ୍ରବନ୍ଧକ (ଓଡ଼ିଶା) ରଞ୍ଜିତ କୁମାର ଚୌହାନ ପ୍ରମୁଖ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମୁଖ୍ୟ ତଥା ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ଭେଟି ଏହି ଚେକ୍‌ ପ୍ରଦାନ କରିଛନ୍ତି।

Share