ରିଲିଫ୍‌ ପାଣ୍ଠିକୁ ସହାୟତା

ସୋର, ୨୪ା୪(ଡି.ଏନ୍‌.ଏ.)-ସୋର ଗୋପୀନାଥପୁରସ୍ଥିତ କଳାକାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କାର ଏକ ଡ୍ରାଫ୍ଟ ସୋର ତହସିଲଦାରଙ୍କ ଡ. ଅଶୋକ କୁମାର ଦାସଙ୍କ ଜରିଆରେ ପ୍ରଦାନ କରାଯାଇଛି। ଗୁରୁବାର ମଧ୍ୟାହ୍ନରେ ମହାସଂଘର ସଭାପତି ଉପେନ୍ଦ୍ର ଜେନା, ସମ୍ପାଦକ ଗଙ୍ଗାଧର ବେହେରା, ସହ ସମ୍ପାଦକ ମାଧବଚନ୍ଦ୍ର ମହାରଣା, କର୍ମକର୍ତ୍ତା ଶଙ୍କର୍ଷଣ ମହାନ୍ତି, ଭାଗବତ ମହାଳିକ, କୁଞ୍ଜ ବିହାରୀ ଦାସ, ପ୍ରଫୁଲ୍ଲ ବାରିକ, ଗୁରୁ ପ୍ରସାଦ ବେହେରା, ଗଙ୍ଗାଧର ଜେନା, ସୁଧାକର ପରିଡା, ରଘୁନାଥ ମହାନ୍ତି, ମନୋରମା ଦାସ, ଅନ୍ନପୂର୍ଣ୍ଣା ଦାସ, ମଞ୍ଜୁଶା ଦାସ, ସକିମଣୀ ଦାସ, ସରୋଜିନୀ ଦାସ, କାଞ୍ଚନ ବାରିକ, ପ୍ରଫୁଲ୍ଲତା ସନ୍ଦୀବଗ୍ରହ ଓ ସାଧବୀ ଜେନା ପ୍ରମୁଖ ଏହି ଦାନ ରାଶି ସଂଗ୍ରହରେ ସହଯୋଗ କରିଥିଲେ। ସେହିପରି ପ୍ରାକ୍ତନ ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ପଣ୍ଡା ନିଜ ପେନ୍‌ସନ୍‌ରୁ ୨୦ ହଜାର ଟଙ୍କା ବିଧାୟକ ପର୍ଶୁରାମ ଧଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ସୋର କ୍ୟାମ୍ରିଜ୍‌ ବିଦ୍ୟାଳୟ ୨ଶ୍ରେଣୀର ଛାତ୍ର ପ୍ରଦୀପ କୁମାର ସାହୁଙ୍କ ପୁଅ ଜ୍ୟୋତିରାଜ ସାହୁ ୧ ହଜାର ଟଙ୍କା ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।