ରିଲିଫ୍‌ ଫଣ୍ଡକୁ ସହାୟତା

ରେମୁଣା, ୨୧।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ ଅଧୀନ ମାଳ ଗ୍ରାମ ନିକଟସ୍ଥ ରସିକପୁର ଗ୍ରାମର କେତେକ ଅନୁଷ୍ଠାନପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେମାନେ ମିଳିମିଶି ୨୧୦୦ ଟଙ୍କା ତହସିଲଦାରଙ୍କ ଦ୍ୱାରା ପ୍ରଦାନ କରିଛନ୍ତି। କୌଶଲ୍ୟା ମାହାର୍ଣ୍ଣା, ଦୁର୍ଗାଚରଣ ମହାନ୍ତି, ବାଦଲ ଦଳେଇ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସେହିପରି ନୀଳଗିରି ରୋଡ଼ ହାଇସ୍କୁଲ, ବରୁଣସିଂର ପୂର୍ବତନ ଛାତ୍ର ସଂସଦ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂସଦର ସଭାପତି ଓ ସମ୍ପାଦକଙ୍କ ନିର୍ଦ୍ଦେଶକ୍ରମେ ରେମୁଣା ତହସିଲଦାରଙ୍କ ଦ୍ୱାରା ଚେକ୍‌ ପ୍ରଦାନ କରାଯାଇଛି।