ରିଲିଫ୍‌ ଫଣ୍ଡକୁ ୫ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୩୧।୩: କରୋନା ଭାଇରସର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଓ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ସହାୟତା ରାଶି ଆସିବାରେ ଲାଗିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ମଙ୍ଗଳବାର ଘୋଷଣା କରିଛନ୍ତି ସେ ତାଙ୍କର ୫ ମାସର ଦରମା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିବେ। ଏହାସହ ତାଙ୍କ ସହଧର୍ମିଣୀ ସୁନିତା ରାଓ୍ବତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। କେବଳ ସେତିକି ନୁହେଁ ରାଓ୍ବତଙ୍କ ୨ ଝିଅ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୫୨ ହଜାର ଟଙ୍କା ସହାୟତା ଦେଇଥିବା ଘୋଷଣା କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଏବେ ଭାରତରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଆଗକୁ ଏହା କେଉଁ ରୂପ ନେବ ତାହା କହିବା କାଠିକର ପାଠ। ହେଲେ ସଚେତନ ରହିଲେ ନିୟମ ପାଳନ କଲେ ଏହାକୁ ଅନେକାଂଶରେ ଦୂରେଇ ଦେଇହେବ ବୋଲି କୁହାଯାଉଛି।

Share