Categories: ରାଜ୍ୟ

ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା : ପ୍ରତିବାଦରେ ଧାରଣା ଦେଲେ ସିହା ପଞ୍ଚାୟତବାସୀ

ଚଣ୍ଡିଖୋଲ,୨୧ା୫(ଡି.ଏନ.ଏ.)- ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ପଞ୍ଚାୟତରେ ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିବା ପ୍ରତିବାଦରେ ପଞ୍ଚାୟତବାସୀ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୀର୍ଘଦିନ ଧରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଆସୁ ନ ଥିବାରୁ ରିଲିଫ ଚାଉଳ ବଣ୍ଟନରେ ଘୋର ଅସୁବିଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ବାତ୍ୟାକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ପଞ୍ଚାୟତବାସୀ ରିଲିଫ ଚାଉଳରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ଏହି ରିଲିଫ ଚାଉଳ ଗତ ୧୨ ତାରିଖରୁ ପଞ୍ଚାୟତରେ ଗଚ୍ଛିତ ଥିବାବେଳେ ଅଦ୍ୟାବଧି ବଣ୍ଟନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ବଡ଼ଚଣା ବିଡିଓ ଅଜିତ ନାରାୟଣ ଗିରି ପଞ୍ଚାୟତବାସୀଙ୍କୁ ତୁରନ୍ତ ରିଲିଫ ବଣ୍ଟନ ହେବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Share