ନୂଆଦିଲ୍ଲୀ,୮-୬: ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ଓରିଏଣ୍ଟାଲ ଇନସ୍ୟୁରାନ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ.ଭି.ଗିରିଜାକୁମାର,ଜିଏମ୍ ଅତୁଲ ଜିରଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏଥି ସଂକ୍ରାନ୍ତ ଚେକ୍ ପ୍ରଦାନ କରିଛନ୍ତି। ପ୍ରଭାବିତ ଲୋକଙ୍କ ବୀମା ଦାବିର ତ୍ୱରିତ ସମାଧାନ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।