ରିଲିଫ ପାଣ୍ଠିକୁ ସହାୟତା କଲେ ବିଜେଡି କର୍ମୀ

ଖଇରା, ୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ପଞ୍ଚାୟତର ବିଜେଡି କର୍ମୀଙ୍କ ପକ୍ଷରୁ ୫ଲକ୍ଷ ୬୩୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି ା ବୁଧବାର ଖଇରା ଦଳୀୟ କାର୍ଯ୍ୟାଳୟରେ କର୍ମୀ ମାନେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଜରିଆରେ ସମସ୍ତ ସହାୟତା ରାଶି ପ୍ରଦାନ କରିଛନ୍ତି। ବ୍ଲକ ବିଜେଡି ସଭାପତି ବ୍ରଜକିଶୋର ମହାନ୍ତି, ଛାତ୍ର ଜନତା ସଭାପତି ମାନସ ଦାସ, ବିଶିଷ୍ଟ ବ୍ୟବସାୟୀ ନରେନ୍ଦ୍ର ନାଥ ଧର, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତିସଭ୍ୟ ରବୀନ୍ଦ୍ର ମହାନ୍ତି, ଜିଲା ପରିଷଦ ସଭ୍ୟା ସୁଷମା ମହାପାତ୍ର ଓ ଜୟନ୍ତୀ ମହଲା, ଏମ୍‌ପି ପ୍ରତିନିଧି ରାଜେନ୍ଦ୍ର ଦାସ, ଗଡପୋଖରୀ ସରପଞ୍ଚ ଗଜେନ୍ଦ୍ର ପରିଡା, ଡୁଙ୍ଗୁରା ସମିତିସଭ୍ୟ ପ୍ରକାଶ ଲେଙ୍କା, ଠିକାଦାର ଶଶାଙ୍କ ଶେଖର ମହାପାତ୍ର ଓ ସୁଶାନ୍ତ କୁମାର ନାୟକ, ବିଜେଡି ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ପତି, ଖଇରା ସରପଞ୍ଚ ସୁଦର୍ଶନ ସେଠୀ ପ୍ରମୁଖଙ୍କ ଏହି ସହାୟତା ପ୍ରଦାନ କରିଛନ୍ତି ା