ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ଜିଲା ପରିଷଦ ଅଧ୍ୟକ୍ଷା

ପାପଡ଼ାହାଣ୍ଡି,୪।୪(ଡି.ଏନ୍.ଏ.): କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ଭଗବତି ଭତରା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସେ ନିଜର ତିନି ମାସର ଦରମା ବାବଦକୁ ୨୨,୫୦୦ ଟଙ୍କା ଚେକ୍ ଆକାରରେ ନବରଙ୍ଗପୁର ଜିଲାପାଳ ଡ. ଅଜିତ କୁମାର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ, ଭଗବତି ବର୍ତ୍ତମାନ ଅଞ୍ଚଳରେ ବୁଲି ଲୋକଙ୍କୁ କରୋନା ଗାଇଡଲାଇନ, ସାମାଜିକ ଦୂରତା, ସରକାରୀ ବ୍ୟବସ୍ଥା ଉପରେ ସଚେତନ କରାଉଛନ୍ତି।

Share