କେନ୍ଦୁଝର, ୧୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ମୈଦାନକେଲ ପଞ୍ଚାୟତ ସମିତି ମହାସଂଘ ପକ୍ଷରୁ ୧୩ ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ ୩ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ଦିଆଯାଇଛି। ଜିଲାପାଳଙ୍କ ଜରିଆରେ ଏହି ସହାୟତା ପ୍ରଦାନ କରାଯାଇଛି। କେରି ଆଞ୍ଚଳିକ ମଞ୍ଚ, ସଠିଆପଡା ଆଞ୍ଚଳିକ ମଞ୍ଚ, ବଡ଼ପଶି ଆଞ୍ଚଳିକ ମଞ୍ଚ, ନାଏକ ସାହି ମୈଦାନକେଲ ଆଞ୍ଚଳିକ ମଞ୍ଚ, ମା’ କାଳିଶିକି ମୈଦାନକେଲ ଆଞ୍ଚଳିକ ମଞ୍ଚ, ଛକସାହି ମୈଦାନକେଲ ଆଞ୍ଚଳିକ ମଞ୍ଚ, ତାଳପଦା ଆଞ୍ଚଳିକ ମଞ୍ଚ, ମା’ ଲକ୍ଷ୍ମୀ ଆଞ୍ଚଳିକ ମଞ୍ଚ, ଜଗନ୍ନାଥପୁର ଆଞ୍ଚଳିକ ମଞ୍ଚ, ଦେଓବନ୍ଧ ଆଞ୍ଚଳିକ ମଞ୍ଚ, ବାସୁଦେବପୁର ଆଞ୍ଚଳିକ ମଞ୍ଚ, ହରିହାରପୁର ଆଞ୍ଚଳିକ ମଞ୍ଚ, ଛେମୁଣ୍ଡିବିଲ ଆଞ୍ଚଳିକ ମଞ୍ଚର ସଦସ୍ୟାମାନେ ଏହି ଅର୍ଥ ଦେଇଛନ୍ତି। ସେହିପରି ୩୪୦୦ଟଙ୍କା ର ମାସ୍କ ମାଗଣାରେ ବଣ୍ଟନ କରାଯାଇଛି।