ରିଲିଫ ଫଣ୍ଡକୁ ୨ଲକ୍ଷ ସହାୟତା

ରୂପ୍‌ସା, ୨୦।୪(ଡି.ଏନ.ଏ.)-ସମଗ୍ର ଦେଶ ଓ ରାଜ୍ୟବ୍ୟାପୀ କରୋନା ମୁକାବିଲା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବହୁ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର ଜିଲା ରୂପ୍‌ସା ଥାନା ସାମିଲ ହାସନପୁର ଗ୍ରାମର ଜଣେ ଅବସରପ୍ରାପ୍ତ ରେଳବାଇ କମର୍ସିଆଲ ସୁପରଭାଇଜର ବିଷ୍ଣୁ ମୁଖୀ ମହାନତାର ପରିଚୟ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧ଲକ୍ଷ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ରୂପ୍‌ସା ଏସ୍‌ବିଆଇ ଶାଖା ଜରିଆରେ ସେ ଏହି ୨ଲକ୍ଷ ଟଙ୍କାର ଡ୍ରାଫ୍ଟ ଜମା କରି ଏଭଳି ମହାମାରୀ ବିପତ୍ତି ସମୟରେ ପ୍ରତି ମହଲରୁ ସହଯୋଗ ପାଇଁ ଆହ୍ବାନ ଦେଇଛନ୍ତି। ଏହି ସହାୟତା ରାଶି ପ୍ରଦାନ ବେଳେ ତାଙ୍କ ସହ ଷ୍ଟେଶନ ମ୍ୟାନେଜର ଶ୍ରୀପତି ରାଉତ ଓ ପୂର୍ବତନ ଜିଲାପରିଷଦ ସଭ୍ୟ ବରଦା ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।