Categories: ଖେଳ

ରିଲେରେ ଭାରତ ବ୍ରୋଞ୍ଜରୁ ବଞ୍ଚିତ

ଦୋହା, ୨୪।୪-ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ମହିଳା ୪ ଗୁଣା ୧୦୦ ମିଟର ରିଲେ ରେସ୍‌ରେ ଭାରତ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚତ୍ତ ହୋଇଛି। ଭାରତୀୟ ଦଳର ସଦସ୍ୟା ଭାବେ ଦୂତୀ ମଧ୍ୟ ସମାନ ଫଳ ପାଇଛନ୍ତି। ଅର୍ଚ୍ଚନା ସୁସେନ୍ତ୍ରା, ରେବତୀ ବୀରମଣି, ରଙ୍ଗା କୁନାଥ ଓ ଦୂତୀ ଚାନ୍ଦଙ୍କୁ ନେଇ ଗଠିତ ଭାରତୀୟ ଦଳ ୪୩.୮୧ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛି। ଚାଇନା ଦଳ ୪୨.୮୭ ସେକେଣ୍ଡ ନେଇ ସ୍ବର୍ଣ୍ଣ ପାଇଥିବାବେଳେ କାଜାଖସ୍ତାନ ଦଳ ୪୩.୩୬ ଓ ବାହାରିନ ଦଳ ୪୩.୬୧ ସେକେଣ୍ଡ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Share