ରିଲେଶନସିପ୍‌କୁ ନେଇ ଏଭଳି କହିଲେ କିଆରା

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସମ୍ପର୍କ କଥା ତ ସବୁ ଜାଣିଥିବେ। ନିକଟରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଶୁଣାଯାଉଛି କି ଦୁହେଁ ବ୍ରେକ୍‌ଅପ୍‌ କରିଦେଇଛନ୍ତି। ଏଥିମଧ୍ୟରେ କିଆରା ଆଡଭାନୀଙ୍କ ଫିଲ୍ମ ’ଭୁଲ ଭୁଲେୟା ୨ ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି । ଟ୍ରେଲର ଲଞ୍ଚିଂ ଅବସରରେ କିଆରାଙ୍କୁ ପଚରାଯାଇଥିଲା କି, ଏମିତି କୌଣସି ବ୍ୟକ୍ତି ଅଛନ୍ତି, ଯାହାକୁ ଆପଣ ନିଜ ସ୍ବପ୍ନରୁ କିମ୍ବା ଆପଣଙ୍କ ଜୀବନରୁ ଭୁଲେଇବାକୁ ଚାହୁଁଛନ୍ତି ? ଏହାର ଜବାବରେ କିଆରା କହିଥିଲେ ‘ବିଲକୁଲ ନୁହେଁ, କାରଣ ଯାହାକୁ ମୁଁ ଭେଟିଛି ଏବଂ ଯାହା ସହ ସମ୍ପର୍କ ରଖିଛି, ସେମାନେ ମୋ ଜୀବନ ସହିତ ଯୋଡି ହୋଇଯାଇଛନ୍ତି । ତେଣୁ କାହାକୁ ମଧ୍ୟ ମୁଁ ଭୁଲିବାକୁ ଚାହୁଁନି।’ କିଆରାଙ୍କ ଏହିପରି ଜବାବ ସିଦ୍ଧାର୍ଥଙ୍କ ସହ ରିଲେଶନସିପ୍‌କୁ ଇଙ୍ଗିତ କରୁଛି ବୋଲି କୁହାଯାଉଛି। କିଆରା ଏବଂ ସିଦ୍ଧାର୍ଥ ଏ ପର୍ଯ୍ୟନ୍ତ ବ୍ରେକ୍‌ଅପ ବିଷୟରେ କେବେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଏଭଳି ପରିସ୍ଥିତିରେ ଲଭବାର୍ଡଙ୍କ ରିଲେଶନସିପ ଭାଙ୍ଗିଯାଇଥିବା ଅନୁମାନ କରାଯାଉଛି ।

Share