ଭାରତୀୟ କ୍ରିକେଟ ଦଳର ଉଇକେଟକିପର୍ ବ୍ୟାଟ୍ସମ୍ୟାନ୍ ରିଷଭ୍ ପନ୍ତଙ୍କ ‘ଆଇ ଲଭ୍ ୟୁ’ କହିଛନ୍ତି ତାଙ୍କର ଜଣେ ମହିଳା ଫ୍ୟାନ୍। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବା ପୂର୍ବରୁ କିଛି ଫ୍ୟାନଙ୍କୁ ଅଟୋଗ୍ରାଫ୍ ଦେଉଥିଲେ ରିଷଭ୍। ହଠାତ୍ ଜଣେ ମହିଳା ଫ୍ୟାନ୍ ତାଙ୍କୁ ‘ଆଇ ଲଭ୍ ୟୁ’ କହିଥିଲେ। ଏହା ଶୁଣି ସେ ଲାଜେଇ ଯାଇଥିଲେ। କୌଣସି ଉତ୍ତର ନ ଦେଇ ସ୍ମିତହାସ୍ୟ ଦେଇ ପଳାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।