Categories: ଖେଳ

ରିଷଭ ପନ୍ତଙ୍କୁ କ୍ଷମା ମାଗିଲେ ରୋହିତ

ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ମ୍ୟାଚରେ ଓ୍ବିକେଟକିପର ରିଷଭ ପନ୍ତ ୬୫ ରନର ବିଜୟୀ ଇନିଂସ ଖେଳିଥିଲେ। ମ୍ୟାଚ୍‌ ପରେ ବିସିସିଆଇ ଟିଭିରେ ରିଷଭଙ୍କ ଏକ ସାକ୍ଷାତକାର ନେଇଥିଲେ ଭାରତୀୟ ଓପନର ରୋହିତ ଶର୍ମା। ସାକ୍ଷାତକାରବେଳେ ରୋହିତ ରିଷଭଙ୍କୁ ପନ୍ତ ବଦଳରେ ସନ୍ତ ଡାକିଦେଇଥିଲେ। ଏହି ଭୁଲ ପାଇଁ ପନ୍ତଙ୍କୁ କ୍ଷମା ମାଗିଥିଲେ ରୋହିତ। ସୂଚନାଯୋଗ୍ୟ, ରିଷଭ ଏହି ମ୍ୟାଚରେ ୬୫ ରନରେ ବିଜୟୀ ଇନିଂସ ଖେଳି ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏହା ଭାରତୀୟ ଉଇକେଟକିପରଙ୍କ ଲାଗି ସର୍ବାଧିକ ସ୍କୋର। ପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାମରେ ଥିଲା। ତାଙ୍କ ଟି୨୦ କ୍ୟାରିୟରର ସର୍ବାଧକ ସ୍କୋର ହେଉଛି ୫୬। ସେ ବେଙ୍ଗାଲୁରୁଠାରେ ଇଂଲଣ୍ଡ ବିପକ୍ଷରେ ୨୦୧୭ରେ ଏହି ଇନିଂସ ଖେଳିଥିଲେ। ଧୋନୀଙ୍କ ଅନୁପସ୍ଥିତିରେ ଓ୍ବେଷ୍ଟଇଣ୍ଡିଜରେ ସମସ୍ତ ଫର୍ମାଟ ପାଇଁ ଦଳରେ ଚୟନ ହୋଇଛନ୍ତି ପନ୍ତ।

Share