ରିଷି କପୁରଙ୍କୁ ଭେଟିଲେ ଅର୍ଜୁନ-ମଲାଇକା

ମୁମ୍ବାଇ: ବି ଟାଉନର ଚର୍ଚ୍ଚିତ ଯୋଡି ତଥା ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଓ ଆଇଟମ୍‌ ଗର୍ଲ ମଲାଇକା ଆରୋରା ଏବେ ନ୍ୟୁୟର୍କରେ ଛୁଟି କଟାଉଛନ୍ତି। ଦୁଇ ଜଣ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବେଳେ ଉଭୟଙ୍କର ଏକାସାଙ୍ଗରେ ବିତାଇଥିବା କିଛି ବିଶେଷ ମୁହୁର୍ତ୍ତର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଆଉ ଏହି ଫଟୋ ଓ ଭିଡିଓକୁ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବେଶ୍‌ ପସନ୍ଦ କରନ୍ତି। ନିକଟରେ ନ୍ୟୁୟର୍କରେ ଅର୍ଜୁନ ଓ ମଲାଇକା ଛୁଟି କଟାଉଥିବା ବେଳେ ସେଠାରେ ବେଶ୍‌ କିଛି ଦିନ ହେବ ଚିକିତ୍ସା ପାଇଁ ଯାଇଥିବା ବରିଷ୍ଠ ଅଭିନେତା ରିଷି କପୁରଙ୍କୁ ସାକ୍ଷାତ୍‌ କରିଛନ୍ତି। ରିଷିଙ୍କ ସହ ଅର୍ଜୁନ-ମଲାଇକା କଟାଇଥିବା ସମୟର କିଛି ଫଟୋ ରିଷି ସୋସିଆଲ ମିଡିଆରେ ଶେୟାର କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଫଟୋରେ ରିଷି କପୁରଙ୍କ ସହ ମଲାଇକା ଅରୋରା, ନିତୁ କପୁର ଓ ଅର୍ଜୁନ କପୁର ନଜର ଆସିଛନ୍ତି। ସୂଚନାଯୋଗ୍ୟ, ରିଷି ଚିକିତ୍ସା ପାଇଁ ୨୦୧୮ ସେପ୍ଟମ୍ବରରୁ ନ୍ୟୁୟର୍କରେ ଅଛନ୍ତି।

Share