ରିଷି କପୁରଙ୍କୁ ଭେଟିଲେ ନିତା-ମୁକେଶ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ବେଶ୍‌ କିଛି ଦିନ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ବଲିଉଡ୍‌ର ବହୁ ଜଣାଶୁଣା ବ୍ୟକ୍ତି ତାଙ୍କୁ ଦେଖା କରିବାକୁ ନ୍ୟୁୟର୍କ ପହଞ୍ଚିବା ଖବର ଆସୁଛି। ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନି ଓ ତାଙ୍କ ପତ୍ନୀ ନିତା ଅମ୍ବାନି ରିଷିଙ୍କୁ ଦେଖା କରିବାକୁ ନ୍ୟୁୟର୍କ ପହଞ୍ଚିଥିବା ଜଣାପଡିଛି। ପ୍ରକୃତ କଥା ହେଲା ଯିଏବି ରିଷିଙ୍କୁ ଦେଖା କରିବାକୁ ଯାଉଛନ୍ତି ତାଙ୍କ ସହ ରିଷିଙ୍କ ପତ୍ନୀ ନିତୁ କପୁର ସେଲ୍‌ଫି ନେବା ସହ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଖବର ସାମ୍ନାକୁ ଆସୁଛି। ତେଣୁ ଏବେ ରିଷି ଓ ନିତୁଙ୍କ ସହ ମୁକେଶ ଓ ନିତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଦେଖିବା ପରେ ଆଲୋଚନା ହେଉଛି କି ରିଷିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଏମାନେ ନ୍ୟୁୟର୍କ ଯାଇଥିଲେ। ନିକଟରେ କିଙ୍ଗ ଖାନ୍‌ ଶାହାରୁଖ ମଧ୍ୟ ରିଷିଙ୍କୁ ଦେଖିବାକୁ ଯାଇଥିବା ବେଳେ ସେ ସମୟର ଏକ ସେଲ୍‌ଫି ନିତୁ ସୋସିଆଲ ମିଡିଆରେ ଶେୟାର କରିଥିଲେ।

Share