Advertisement

ରିିଲିଜ୍‌ ହେଲା ‘ସାହୋ’,ଫିଲ୍ମ ହଲ୍‌ରେ ଜମୁଛି ଭିଡ

ଅପେକ୍ଷାର ଅନ୍ତ ଘଟିଛି। ବାଳୁବଳୀ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହୋଇଛି। ୩୫୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ବକ୍ସଅଫିସ୍‌ରେ ସୁପରହିଟ୍‌ ହେବା ଆଶା କରାଯାଉଛି। ପ୍ରଥମ ଦିନରେ ୧୫-୧୬କୋଟି ଆୟ କରିବ ବୋଲି ଫିଲ୍ମ ସମୀକ୍ଷକ ମାନେ ମତ ଦେଇଛନ୍ତି। ରିଲିଜ ପୂର୍ବରୁ ହିଁ ୩୨୦ କୋଟି ଟଙ୍କା ଆୟ କରି ସାରିଛି ଫିଲ୍ମ ‘ସାହୋ।’ ସିନେମାର ନିର୍ମାତା ସାହୋର ଥିଏଟ୍ରିକାଲ ରାଇଟସ ଫର୍‌ ଅଲ ଲାଙ୍ଗୁଏଜ ବାବଦକୁ ୩୨୦ କୋଟି ଆଦାୟ କରିସାରିଥିଲେ। ‘ସାହୋ’ ଏକ ଆକ୍ସନ-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ସୁଜିତ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫ, ମହେଶ ମାଞ୍ଜରେକର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ବାହୁବଳୀ-୨ ପରେ ପ୍ରଭାସଙ୍କ ଏହା ପ୍ରଥମ ଚଳଚ୍ଚିତ୍ର। ଫିଲ୍ମଟି ୩ଟି ଭାଷା ତାମିଲ, ତେଲଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ୍‌ ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share