Categories: ବାଣିଜ୍ୟ

ରିୟଲମିର ୨ ନୂଆ ସ୍ମାର୍ଟଫୋନ

ଭୁବନେଶ୍ୱର, ୮-୯: ରିୟଲମି ପକ୍ଷରୁ ନୂଆ ରିୟଲମି ୫ ଏବଂ ୫ ପ୍ରୋ ସ୍ମାର୍ଟଫୋନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଡିଲର ସମ୍ମିଳନୀ ଅବସରରେ କମ୍ପାନୀର ଜାତୀୟ ବିକ୍ରି ଏବଂ ବିତରଣ ମୁଖ୍ୟ ନିଶାର ନାଇକୋ, ଆଞ୍ଚଳିକ ବିକ୍ରି ପ୍ରବନ୍ଧକ ରାକେଶ ବେହେରା, ଓଡିଶା ମୁଖ୍ୟ ନିଶ୍କଳଙ୍କ ମହାନ୍ତି, ବିତରକ ସୁମୀତ ଅଗ୍ରଓ୍ବାଲ ନୂଆ ମଡେଲର ଉନ୍ମୋଚନ କରିଛନ୍ତି। କମ୍ପାନୀର ୫ ପ୍ରୋ ମଡେଲ ୬.୩ ଇଞ୍ଚର ଆଇପିଏସ୍‌ ଏଚ୍‌ଡି ଡିସ୍ପଲେ, ଗରିଲା ଗ୍ଲାସ ୩, କ୍ୱାଲକମ୍‌ ସ୍ମାପଡ୍ରାଗନ ୭୧୨, ଆଣ୍ଡ୍ରେନୋ ୬୧୬ ଜିପିୟୁ, ୪-୬-୮ ଜିବି ରାମ୍‌, ୬୪ ଏବଂ ୧୨୮ ଜିବି ଷ୍ଟୋରେଜ, ସ୍ବତନ୍ତ୍ର ମାଇକ୍ରୋ ଏସ୍‌ଡି ସ୍ଲଟ, ରିୟରମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନସର, ୧୬ ମେଗା ପିକ୍ସେଲ ସାମ୍ନା କ୍ୟାମେରା, ୪୮ ଏମ୍‌ପି ପଛ କ୍ୟାମେରା ଏବଂ ଆଣ୍ଡ୍ରଏଡ ୯ ପାଇ ଫିଚର ସହ ଆସୁଛି। ଏହା କ୍ରିଷ୍ଟାଲ ଗ୍ରୀନ, ସ୍ପାରକ୍ଲିଂ ବ୍ଲୁ ରଙ୍ଗରେ ଉପଲବ୍ଧ। ସେହିଭଳି ରିୟଲମି ୫ରେ ଗ୍ରାହକ ଅତ୍ୟାଧୁନିକ ଫିଚର ଲାଭ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share