Categories: ବାଣିଜ୍ୟ

ରିୟଲମି ଆଣିଲା ନୂଆ ସି୨ ସ୍ମାର୍ଟଫୋନ

ଭୁବନେଶ୍ୱର,୧୬-୬(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ଓଡ଼ିଶା ବଜାରରେ ନୂଆ ସି୨ ସ୍ମାର୍ଟଫୋନ ମଡେଲର ପ୍ରବେଶ କରାଯାଇଛି। ସ୍ଥାନୀୟ ଶହୀଦନଗରସ୍ଥିତ ଲକ୍ଷ୍ମୀ ମୋବାଇଲ ଏବଂ ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟର ଟି-ସିରିଜ ଷ୍ଟୋରରେ ନୂଆ ମଡେଲଟିର ଉନ୍ମୋଚନ ହୋଇଥିଲା। ରିୟଲମିର ଓଡ଼ିଶା ସେଲ୍‌ସ ମୁଖ୍ୟ ନିଷ୍କଳଙ୍କ ମହାନ୍ତି, କମ୍ପାନୀର ସୁପରଷ୍ଟକିଷ୍ଟ ସୁମିତ କୁମାର ଅଗ୍ରଓ୍ବାଲ, ଲକ୍ଷ୍ମୀ ମୋବାଇଲ ଓନର ଟି.ନକୁଳ ସୁବଦ୍ଧି, ଟି-ସିରିଜ ଷ୍ଟୋର ଓନର ଦେବାନନ୍ଦ ମିଶ୍ର ଏବଂ ବିଜିନେସ ମ୍ୟାନେଜର ଡିବି ବାଣିଭୂଷଣ ବାରିକ ଏହାର ବଜାର ପ୍ରବେଶ କରାଇଛନ୍ତି। ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ସର୍ବୋତ୍ତମ ଫିଚରଯୁକ୍ତ ମଡେଲ ଯୋଗାଣ ନେଇ ଏହାର ଶୁଭାରମ୍ଭ କରାଯାଇଥିବା ରାଜ୍ୟମୁଖ୍ୟ ନିଷ୍କଳଙ୍କ ମହାନ୍ତି କହିଛନ୍ତି। ଏହା ସାରା ରାଜ୍ୟର ୧୭୦ରୁ ଉର୍ଦ୍ଧ୍ୱ ଆଉଟଲେଟରେ ଉପଲବ୍ଧ ହେବ। ଆଗାମୀ ୧୫ ଦିନ ମଧ୍ୟରେ ୩ ହଜାର ୟୁନିଟ ବିକ୍ରୟ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ପୂର୍ବରୁ ଅନଲାଇନରେ ଉପଲବ୍ଧ ହୋଇଥିବା ବେଳେ ଭଲ ବିକ୍ରି ରେସପନ୍ସ ପାଇଛି। ମଡେଲଟିର ଅଫଲାଇନ ଉପସ୍ଥିତି ଉନ୍ନତ ରହିବ ବୋଲି ମହାନ୍ତି ଆଶା ପ୍ରକଟ କରିଛନ୍ତି। ମଡେଲଟିର ବଜାର ଦର ୫୪୪୯ ଟଙ୍କାରୁ ୭,୯୯୯ ଟଙ୍କା ରହିଛି। ଏହା ୨ଜିବି+୧୬ ଜିବି, ୨ଜିବି+୩୨ ଜିବି ଏବଂ ୩ଜିବି+୩୨ ଜିବି ଭାରିଆଣ୍ଟରେ ଉପଲବ୍ଧ।

ପ୍ରମୁଖ ଫିଚର
– ୪୦୦୦ ଏମ୍‌ଏଏଚ୍‌ ବ୍ୟାଟେରି
-ଡାଇମଣ୍ଡ ୩ଡି କଟ୍‌ ଡିଜାଇନ
– ୩ କଲ୍‌ର ଭାରିଆଣ୍ଟ,୬.୨ ଇଞ୍ଚ ସ୍କ୍ରିନ
-୧୩+୨ ମେଗାପିକ୍ସେଲ କ୍ୟାମେରା
– ୨୫୬ ଜିବି ପର୍ଯ୍ୟନ୍ତ ଏକ୍ସପାଣ୍ଡେବଲ

Share