Advertisement

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ମୁମ୍ବାଇ,୧୮-୪: ବ୍ୟବସାୟିକ ସିନେମା ପ୍ରସ୍ତୁତିରେ ନିଜର ଛାପ ଛାଡିବା ପରେ ଫିଲ୍ମ କିଡା ପ୍ରଡକ୍ସନ ହାଉସ ବର୍ତ୍ତମାନ ରିୟଲ ଲାଇଫ ଷ୍ଟୋରୀକୁ ନେଇ ସିନେମା କରିବ। ଦର୍ଶକଙ୍କ ପସନ୍ଦ ଆସିବା ଭଳି କଣ୍ଟେଣ୍ଟ ଉପରେ କାର୍ଯ୍ୟ କରିବାକୁ ପ୍ରଡକ୍ସନ ହାଉସ ଲକ୍ଷ୍ୟ ରଖିଛି। କିଛି ଦିନ ତଳେ ରିଲିଜ ହୋଇଥିବା ସିନେମା ମିଲନ ଟକିଜ ବ୍ୟବସାୟିକ ସଫଳତା ହାସଲ କରିଥିଲା। ଏହି ସିନେମାକୁ ତିଗମାଂଶୁ ଧୁଳିଆ ନିର୍ଦ୍ଦେଶନା ଦେଇଥିଲେ। ଏଭଳି ଭଲ ଷ୍ଟୋରୀ ଆଗକୁ ଦର୍ଶକଙ୍କୁ ଭେଟି ଦେବାକୁ ଉଦ୍ୟମ ଜାରି ରହିଥିବା ଫିଲ୍ମ କିଡା ପ୍ରଡକ୍ସନର ପ୍ରତିଷ୍ଠାତା ପି.ଏସ୍‌,ଛୋଟଓ୍ବାଲ ସୂଚନା ଦେଇଛନ୍ତି। ଦର୍ଶକୁ ଚାହିଦାକୁ ନିରନ୍ତର ଭାବେ ଧ୍ୟାନରେ ରଖାଯାଇଥିବା ସହ ପ୍ରତିଷ୍ଠାତା ରିଚ୍ଚା ସିହ୍ନା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share