Advertisement

ରିୟାଙ୍କ ପ୍ରେମରେ ଉବୁଟୁବୁ ସୁଶାନ୍ତ, ହେଲେ କହୁଛନ୍ତି ‘ସେ ମୋର ଭଲ ବନ୍ଧୁ’

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ କୁଆଡ଼େ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଛନ୍ତି। କଥାଟିକୁ ଉଭୟ ସ୍ପଷ୍ଟ କରି ନ ଥିଲେ ସୁଦ୍ଧା ଦୁହେଁ ଏକାଠି ଅଧିକ ସମୟ ବିତାଉଛନ୍ତି। ଅନେକ କାର୍ଯ୍ୟକ୍ରମରେ ସେମାନଙ୍କୁ ଏକତ୍ର ଦେଖାଯାଉଛି। ଏବେ ସେମାନେ ଲଦାଖରେ ଛୁଟି କଟାଉଥିବା ଜଣାପଡ଼ିଛି। ନିଜର ଇନ୍‌ଷ୍ଟା ପୃଷ୍ଠାରେ ଉଭୟ ସମାନତା ଥିବା ଫଟୋ ଶେୟାର କରିବା ପରେ ରିୟାଙ୍କ ପ୍ରେମରେ ସୁଶାନ୍ତ ଉବୁଟୁବୁ ହେଉଥିବାକୁ ନେଇ ଚର୍ଚ୍ଚା ଜୋର ଧରିିଛି।

ଅପରପକ୍ଷେ ସୁଶାନ୍ତଙ୍କ ସହ ଯେକୌଣସି ଅଭିନେତ୍ରୀଙ୍କ ନାମ ଯୋଡ଼ାଯିବା କିଛି ନୂଆ କଥା ନୁହେଁ। ସେ ଯେଉଁ ବି ଚଳଚ୍ଚିତ୍ରରେ କାମ କରିଛନ୍ତି, ତାହାର ନାୟିକାଙ୍କ ସହ ତାଙ୍କ ନାମକୁ ଯୋଡ଼ାଯାଇଛି। ପୂର୍ବରୁ କ୍ରିତିଙ୍କ ବ୍ୟତୀତ ତାଙ୍କ ନାଁ ସାରା ଅଲ୍ଲି ଖାନ୍‌ଙ୍କ ସହ ଯୋଡ଼ା ଯାଇସାରିଛି। ହେଲେ ଏ ସମ୍ପର୍କରେ ସୁଶାନ୍ତଙ୍କୁ ପଚାରାଯିବାରୁ ସେଭଳି କିଛି ନୁହେଁ ବୋଲି ସଫେଇ ଦିଅନ୍ତି। ଏବେ ମଧ୍ୟ ରିୟା ତାଙ୍କର ବହୁତ ଭଲ ସାଙ୍ଗ ବୋଲି ସେ କହୁଛନ୍ତି। ତେବେ ସୁଶାନ୍ତ ଏବେ ଶ୍ରଦ୍ଧା କପୁରଙ୍କ ସହ ‘ଛିଛୋରେ’ ଫିଲ୍ମରେ କାମ କରୁଛନ୍ତି। ସେହିଭଳି ରିୟା ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ଚେହେରେ’ରେ କାମ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share