ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଥିବା ବାନ୍ଦ୍ରା ଡିସିପି କରୋନା ଆକ୍ରାନ୍ତ

ମୁମ୍ବାଇ,୨୯।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ଏଥିସହିତ ଅଭିଷେକ ତ୍ରିମୁଖେ ଏବଂ ତାଙ୍କ ପରିବାର ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି।
ପ୍ରକାଶ ଯେ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ୩୬୧ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୨୩୭୭୫ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୮ ହଜାରକୁ ବୃଦ୍ଧି ପାଇଛି।

Share