ଶିଶୁଙ୍କୁ ମା’ବାପା ବିଭିନ୍ନ ରୂପରେ ସଜେଇବାକୁ ଭଲ ପାଇଥାଆନ୍ତି। ତେଣୁ ବିଭିନ୍ନ ଡିଜାଇନ୍ର ପୋଷାକ, ଆସେସରିଜ୍ ପିନ୍ଧାନ୍ତି। ଏବେ ଶୋଇବା ସମୟରେ ବି ପିଲାଙ୍କୁ ଦେଇ ହେବ ଭିନ୍ନ ଏକ ଲୁକ୍, ଯେଉଁଥିରେ ଶିଶୁ ଆରାମ ଅନୁଭବ ବି କରିବ। ତା’ ସହ ପାଇବ ଏକ କ୍ୟୁଟ୍ ଲୁକ୍। ଆଉ ସେହି ଲୁକ୍ଟି ହେଉଛି ‘ବରିଟୋ ବ୍ଲାଙ୍କେଟ୍ ’ଲୁକ୍। ବରିଟୋ ହେଉଛି ଏକ ମେକ୍ସିକୀୟ ଖାଦ୍ୟ, ଯାହା କି ଦେଖିବାକୁ ଫାଷ୍ଟଫୁଡ୍ ‘ରୋଲ୍’ ପରି। ଏଥିରେ ମଇଦାର ଏକ ରୁଟି ଥାଏ, ଯାହା କି ତିଆରି ହୋଇଥିବା ମସଲାକୁ ଗୁଡେଇ ଧରିଥାଏ। ଏହି ବ୍ଲାଙ୍କେଟ୍କୁ ସମ୍ପୂର୍ଣ୍ଣଭାବେ ସେହି ରୁଟି ପରି ତିଆରି କରାଯାଇଛି। ଫଳରେ ଶିଶୁକୁ ସେଥିରେ ଗୁଡେଇ ରଖିଲେ ସେ ଲାଗେ ସେହି ସ୍ବାଦିଷ୍ଟ ଖାଦ୍ୟ ପରି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ବଡ ଲୋକଙ୍କ ପାଇଁ ମଧ୍ୟ ଏହିଭଳି ବ୍ଲାଙ୍କେଟ୍ ତିଆରି କରାଯାଇଛି। ଯାହା ଭିତରେ ଦୁଇଜଣ ଆରାମରେ ଶୋଇପାରିବେ। ଉକ୍ତ ଚାଦର ଦେଖିବାକୁ ବାସ୍ତବ ପରି ଲାଗେ।