ରୁଟି ବେଲିବା ଶିଖୁଛନ୍ତି ନୁସରତ

ମୁମ୍ବାଇ: ବଲିଉଡ୍‌ ମୁଭି ‘ପ୍ୟାର କା ପଞ୍ଚନାମା’ର ଅଭିନେତ୍ରୀ ନୁସରତ ଭରୁଚା ଏବେ ଘରେ ସମୟ କାଟୁଛନ୍ତି। ଲକ୍‌ଡାଉନ ଯୋଗୁ ଶୁଟିଂ ବନ୍ଦ ଥିବାରୁ ଏହି ଅଭିନେତ୍ରୀ ଏବେ ସମ୍ପୂର୍ଣ୍ଣ ରୂପେ ଘରେ ରହିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେହି ଫଟୋରେ ନୁସରତ ଗୋଲ ରୁଟି ବେଲିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ହେଲେ ଏହାର କ୍ୟାପଶନରେ ସେ ଲେଖିଛନ୍ତି, ‘ଏହି ରୁଟି ତା’ ଜୀବନରେ ଗୋଲ୍‌ ହୋଇପାରିବନି’। ଇନଷ୍ଟାଗ୍ରାମରେ ଅପଲୋଡ ହୋଇଥିବା ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଆଗାମୀ ଦିନରେ ନୁସରତ ରାଜକୁମାର ରାଓଙ୍କ ସହ ‘ଛଲାଙ୍ଗ’ ମୁଭିରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି।

Share