Posted inଖେଳ

ରୁଟ୍‌, ବଟଲରଙ୍କ ଶତକ ଫିକା: ପାକିସ୍ତାନର ପ୍ରଥମ ବିଜୟ

ନଟିଂହାମ୍‌, ୪।୫-ଜୋ ରୁଟ୍‌ ଓ ଜୋସ୍‌ ବଟଲର ଦ୍ରୁତ ଶତକ ସତ୍ତ୍ୱେ ଇଂଲଣ୍ଡ ଚଳିତ ଆଇସିସି ବିଶ୍ୱକପର ସୋମବାର ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ପାକିସ୍ତାନଠାରୁ ୧୪ ରନରେ ପରାଜିତ ହୋଇଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ବିଶାଳ ୩୪୯ ରନ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ୫୦ ଓଭରରେ ୯ ଉଇକେଟ ହରାଇ ୩୩୪ ରନ କରିବାକୁ ସକ୍ଷମ ହୋଇଛି। ରୁଟ୍‌ ୧୦୪ ବଲ୍‌ରୁ ୧୦୭(୧୦ ଚୌକା, ୧ ଛକା) ଓ ବଟଲର ୭୬ ବଲ୍‌ରୁ ୧୦୩(୯ ଚୌକା, ୨ ଛକା) ରନ ସହ ୫ମ ଉଇକେଟ ଭାଗୀଦାରିରେ ୧୩୦ ରନ ସଂଗ୍ରହ କରିଥିଲେ ତାହା ଇଂଲଣ୍ଡ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ପାକିସ୍ତାନ ପକ୍ଷରୁ ଓ୍ବାହାବ ରିଆଜ ୩ଟି, ଶାଦବ ଖାଁ, ମହମ୍ମଦ ଅମିର ୨ଟି ଲେଖାଏ ଏବଂ ମହମ୍ମଦ ହାଫିଜ ଓ ସୋଏବ ମଲିକ ଗୋଟିଏ ଲେଖାଏ ଉଇକେଟ ନେଇ ଦଳର ବିଜୟରେ ସହାୟକ ହୋଇଥିଲେ। ଉଦ୍‌ଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ହରାଇଥିବା ଇଂଲଣ୍ଡର ୨ ମ୍ୟାଚରୁ ଏହା ପ୍ରଥମ ପରାଜୟ। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜଠାରୁ ୭ ଉଇକେଟରେ ହାରିଥିବା ପାକିସ୍ତାନ ଏଠାରେ ପ୍ରଥମ ବିଜୟ ହାସଲ କରିଛି। କୌଣସି ବ୍ୟାଟ୍ସମ୍ୟାନ ଶତକ ହାସଲ ନ କରି ବିଶ୍ୱକପର କୌଣସି ମ୍ୟାଚରେ ପାକିସ୍ତାନର ୩୪୮ ରନ ସର୍ବୋଚ୍ଚ ସ୍କୋର। ପୂର୍ବରୁ ୨୦୧୫ରେ ଓ୍ବେଲିଂଟନଠାରେ ୟୁଏଇ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ୩୪୧ ରନ କରି ରେକର୍ଡର ଅଧିକାରୀ ଥିଲା।
ଇଂଲଣ୍ଡ ଟସ୍‌ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପୂର୍ବରୁ ଇଂଲଣ୍ଡଠାରୁ କ୍ରମାଗତ ୪ ମ୍ୟାଚ ପରାଜୟ ସହ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଏଠାରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଫାଇଦାରେ ରହିଥିଲା। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଦଳ ବଡ଼ ସ୍କୋର ଆଡ଼କୁ ମୁହାଁଇଥିଲା। ଇମାମ୍‌-ଉଲ-ହକ୍‌ ଓ ଫକର ଜମନ ଓପନିଂ ଯୋଡ଼ିରେ ୮୨ ରନ କରି ଦଳପାଇଁ ଭଲ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ଫକର ୪୦ ବଲ୍‌ରୁ ୩୬ ରନ କରି ଆଉଟ ହୋଇଥିଲେ। ୧୫ତମ ଓଭରର ପ୍ରଥମ ବଲ୍‌ରେ ମୋଇନ୍‌ ଅଲୀ ଇଂଲଣ୍ଡକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଇମାମ ୫୮ ବଲ୍‌ରୁ ୩ ଚୌକା ଓ ୧ ଛକା ବଳରେ ୪୪ ରନ ସ୍କୋର କରିଥିଲେ। ପରବର୍ତ୍ତୀ ୩ ବ୍ୟାଟ୍ସମ୍ୟାନ ବାବର ଆଜମ ୬୬ ବଲ୍‌ରୁ ୬୩(୪ ଚୌକା, ୧ ଛକା), ମହମ୍ମଦ ହାଫିଜ ୮୪(୬୨ ବଲ, ୮ ଚୌକା, ୨ ଛକା) ଓ ଅଧିନାୟକ ସର୍ଫରାଜ ଅହମଦ ୪୪ ବଲ୍‌ରୁ ୫୫(୫ ଚୌକା) ରନ ସ୍କୋର କରି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ଅସିଫ ଅଲୀ (୧୪) ଓ ସୋଏବ ମଲିକ(୮) ବିଫଳ ହୋଇଥିଲେ ହେଁ ଟେଲ୍‌ ଏଣ୍ଡର ହାସନ ଅଲୀ ୫ ବଲ୍‌ରୁ ୧୦(୧ ଛକା) ଓ ଶାଦବ ଖାଁ ୪ ବଲ୍‌ରୁ ୧୦(୨ ଚୌକା) ରନ କରି ଅପରାଜିତ ରହିବାରୁ ପାକିସ୍ତାନ ୫୦ ଓଭରରେ ୮ ଉଇକେଟ ହରାଇ ୩୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ କ୍ରିସ୍‌ ଓକ୍ସ ଓ ମୋଇନ ଅଲୀ ୩ଟି ଲେଖାଏ ଏବଂ ମାର୍କ ଉଡ୍‌ ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ୫୦ ଓଭରରେ ୩୪୮/୮(ମହମ୍ମଦ ହାଫିଜ-୮୪, ବାବର ଆଜମ-୬୩, ସର୍ଫରାଜ ଅହମଦ-୫୫, ଇମାମ ଉଲ୍‌ ହକ୍‌-୪୪, ଫକର ଜମନ-୩୬, କ୍ରିସ୍‌ ଓକ୍ସ-୩/୭୧, ମୋଇନ ଅଲୀ-୩/୫୦, ମାର୍କ ଉଡ୍‌-୨/୫୩)।
ଇଂଲଣ୍ଡ ୫୦ ଓଭରରେ ୩୩୪/୯ (ଜୋ ରୁଟ୍‌-୧୦୭, ଜୋସ୍‌ ବଟଲର-୧୦୩, ଜନି ବେୟାରଷ୍ଟୋ-୩୨, ଓ୍ବାହାବ ରିଆଜ-୩/୮୨ ,ଶାଦବ ଖାଁ-୨/୬୩, ମହମ୍ମଦ ଅମିର-୨/୬୭, ମହମଦ ହାଫିଜ-୧/୪୩, ସୋଏବ ମଲିକ-୧/୧୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri