Categories: ବାଣିଜ୍ୟ

ରୁପା ଦର ୫୦ ହଜାର ଟପିଲା

ନୂଆଦିଲ୍ଲୀ,୫ା୯: ବିଶ୍ୱ ବଜାରରେ ସୁନା ଦର ମଙ୍ଗଳବାର ବୃଦ୍ଧି ପାଇଥିବା ବେଳେ ବୁଧବାର ସ୍ଥାନୀୟ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ଅର୍ଥାତ ବୁଧବାର ଏହା ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କା ପ୍ରତି ୧୦ ଗ୍ରାମରେ କାରବାର ବନ୍ଦ ହୋଇଛି। ତେବେ ରୁପା ଦର ଅହେତୁକ ଭାବେ ବଢ଼ିଚାଲିଛି। ବୁଧବାର ରୁପା ଦର କେଜି ୨୦୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କାରେ ପହଞ୍ଚତ୍ୟାଇଛି। ସୁନା ଦର ମଙ୍ଗଳବାର ୩୯,୧୨୬ ଟଙ୍କା ଥିଲା। ସେହିପରି ରୁପା ଦର ୪୮,୦୫୫ ଟଙ୍କା ରହିଥିଲା। ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ(କମୋଡିଟିଜ) ତପନ ପଟେଲ କହିଛନ୍ତି ଯେ, ମଙ୍ଗଳବାର ସୁନା ଦର ଯଥେଷ୍ଟ ବଢ଼ିଥିଲା। ବୁଧବାର ସକାଳୁ ସୁନା ଦର ମାତ୍ର ୧୨୨ ଟଙ୍କା ବଢ଼ିଛି। ଅନ୍ତଃରାଷ୍ଟ୍ରୀୟ ବଜାରରେ ନ୍ୟୁୟର୍କରେ ସୁନା ଦର ହ୍ରାସ ପାଇ ପ୍ରତି ଆଉନ୍ସ ୧୫୩୭ ଡଲାର ରହିଛି। ସେହିପରି ରୁପା ଦର ପ୍ରତି ଆଉନ୍ସ ସାମାନ୍ୟ ବୃଦ୍ଧି ପାଇ ୧୯.୨୭ ଡଲାର ରହିଛି।

Share