ରୁର୍‌କୀରେ ଫିଲ୍ମ ‘ଆର୍ଟିକାଲ ୧୫’ ବ୍ୟାନ

ଡେରାଡୁନ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକାଲ ୧୫’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଗତ ୪ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଥିଲେ ବି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ବିବାଦରେ ରହିଆସିଛି। ପ୍ରଥମେ କାନପୁରରେ ଫିଲ୍ମର ସ୍କ୍ରିନିଂ ସମୟରେ ବିବାଦ ଦେଖାଦେଇଥିବା ବେଳେ ଏବେ ଉତ୍ତରାଖଣ୍ଡ ରୁର୍‌କୀରେ ଫିଲ୍ମକୁ ବ୍ୟାନ କରାଯାଇଛି। ଶନିବାର ରୁର୍‌କୀରେ ଆଇନ ବ୍ୟବସ୍ଥାକୁ ଶୃଙ୍ଖଳିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଫିଲ୍ମର ସ୍କ୍ରିନିଂ ଉପରେ କଟକଣା ଲଗାଯାଇଛି। ଏହି ଫିଲ୍ମ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଉପରେ ପ୍ରଶ୍ନ ଉଠାଉଥିବାରୁ ଏହା ଉପରେ କଟକଣା ଲଗାଇବା ପାଇଁ ହିନ୍ଦୁ ସେନା ଦାବି କରିଥିଲା। ଏହି ଫିଲ୍ମ ପରଦାକୁ ଆସିଲେ ସହରରେ ଶାନ୍ତି ବ୍ୟବସ୍ଥା ବିଗିଡ଼ିବାର ସମ୍ଭାବନା ରହିଛି।

Share