Categories: ଖେଳ

ରୁଷିଆନ୍‌ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟରରେ ଗୌରବ, ଜାଙ୍ଗ୍ରା

ନୂଆଦିଲ୍ଲୀ, ୩୧।୭ (ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ଗୌରବ ସୋଲାଙ୍କି (୫୬ କିଗ୍ରା) ଓ ପିଙ୍କି ଜାଙ୍ଗ୍ରା (୫୧ କିଗ୍ରା) ରୁଷିଆର କାସ୍‌ପିୟାସ୍କଠାରେ ଚାଲିଥିବା ମଗୋମେଦ୍‌ ସଲାମ୍‌ ଉମାଖାନୋଭ ମେମୋରିଆଲ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ମହିଳା ୫୭ କିଗ୍ରା ବିଭାଗରେ ନୀରଜ ମଧ୍ୟ ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଗତବର୍ଷ ଗୋଲ୍ଡକୋଷ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ସୋଲାଙ୍କି ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ ୫-୦ରେ ରୁଷିଆର ମୁରାଦ୍‌ ରାବାଡାନୋଭଙ୍କୁ ହରାଇଛନ୍ତି। ସେହିଭଳି ମହିଳା ବିଭାଗରେ ବେଲାରୁଷର ବୁରିମ ୟାନାଙ୍କୁ ସମାନ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ପ୍ରତିଯୋଗିତାରେ ଆଜରବୈଜାନ, ବେଲାରୁଷ, ଚାଇନା, ଇସ୍ରାଏଲ, ଇଟାଲୀ, ମଙ୍ଗୋଲିଆ, ସ୍ବିଡେନ୍‌, ୟୁକ୍ରେନ, ଉଜବେକିସ୍ତାନ, ଭାରତ ସମେତ ୨୦ ଦେଶର ପାଖାପାଖି ୨୫୦ ବକ୍ସର ଅଂଶଗ୍ରହଣ କରିଛନ୍ତି।

Share