Categories: ଖେଳ

ରୁଷିଆନ ବକ୍ସିଂ ଟୁର୍ନାମେଣ୍ଟ: ସେମିରେ ୪ ଭାରତୀୟ

ନୂଆଦିଲ୍ଲୀ, ୧।୮ (ପି.ଟି.)- ଏସୀୟ ସ୍ବର୍ଣ୍ଣ ପଦକ ବିଜୟିନୀ ପୂଜାରାଣୀ (୭୫ କିଗ୍ରା) ଓ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଲଭଲିନା ବୋରଗୋହାନି (୬୯ କିଗ୍ରା)ଙ୍କ ସମେତ ୪ ଜଣ ଭରତୀୟ ବକ୍ସର ରୁଷିଆରେ ଚାଲିଥିବା ମାଗୋମେଦ୍‌ ସଲମ୍‌ ଉମାଖାନୋଭ ମେମୋରିଆଲ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟର ସେମିରେ ପ୍ରବେଶ କରିଛନ୍ତି। ଅନ୍ୟଦୁଇ ଭାରତୀୟ ବକ୍ସର ହେଲେ ନୀରଜ (୫୭ କିଗ୍ରା) ଓ ଜନୀ (୬୦ କିଗ୍ରା)। ମହିଳା ୬୯ କିଗ୍ରା ବର୍ଗରେ ୨୧ ବର୍ଷୀୟା ଲଭ୍‌ଲିନା ୫-୦ରେ ରୁଷିଆର ଆନାସ୍ତାସିୟା ସିଗାଏଭାଙ୍କୁ ପରାସ୍ତ କରିଛନ୍ତି। ଫାଇନାଲରେ ସ୍ଥାନ ହାସଲ ପାଇଁ ପରବର୍ତ୍ତୀ ମ୍ୟାଚ୍‌ରେ ସେ ଘରୋଇ ବକ୍ସର ଏଲିନା ଭେବର୍‌ଙ୍କୁ ଭେଟିବେ। ସେହିଭଳି ପୂଜା ୪-୧ରେ ଅନ୍ୟତମ ରୁଷୀୟ ବକ୍ସର ଲଉରା ମମେଡକୁଲୋଭଙ୍କୁ ହରାଇ ଅନ୍ତିମ-୪ରେ ପହଞ୍ଚତ୍ଛନ୍ତି। ନୀରଜ ୪-୧ରେ ଘରୋଇ ବକ୍ସର ସାୟାନା ସାଗାଟେଭାଙ୍କୁ ଏବଂ ଜନୀ ୫-୦ରେ ବେଲାରୁଷର ଆନାସ୍ତାସିୟା ଓବୁଶେନକୋଭାଙ୍କୁ ପରାସ୍ତ କରିଛନ୍ତି। ପୂର୍ବରୁ ପିଙ୍କି ଜାଙ୍ଗ୍ରା (୫୧ କିଗ୍ରା) କ୍ୱାର୍ଟରରେ ପ୍ରବେଶ କରିଥିଲେ ମଧ୍ୟ ପରାଜୟବରଣ କରି ବିଦାୟ ନେଇଛନ୍ତି।

Share