Posted inଜାତୀୟ

ରୁଷିଆରୁ ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବ ଭାରତ

ନୂଆଦିଲ୍ଲୀ,୧ା୭: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଭଳି ପରିସ୍ଥିତିରେ ନିଜକୁ ପ୍ରସ୍ତୁତ ରଖିବା ଲାଗି ରୁଷିଆରୁ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବା ଲାଗି ଭାରତ ରାଜିନାମା ସ୍ବାକ୍ଷର କରିଛି। ଷ୍ଟ୍ରମ୍‌ ଅଟାକା ନାମକ ଏହି କ୍ଷେପଣାସ୍ତ୍ର ଏମ୍‌ଆଇ-୩୫ ଲଢ଼ୁଆ ହେଲିକପ୍ଟରରେ ମୁତୟନ କରାଯିବ। ଜରୁରିକାଳୀନ ବ୍ୟବସ୍ଥା ଅନୁଯାୟୀ ଏହି ଚୁକ୍ତିନାମା ସ୍ବାକ୍ଷର ହୋଇଥିବାରୁ ୩ ମାସ ମଧ୍ୟରେ ରୁଷିଆ ଉକ୍ତ କ୍ଷେପଣାସ୍ତ୍ର ଯୋଗାଇଦେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।
୨୦୦ କୋଟି ଟଙ୍କାରେ ହୋଇଥିବା ଏହି ଚୁକ୍ତିନାମା ଅନୁଯାୟୀ ଷ୍ଟ୍ରମ୍‌ ଅଟାକା କ୍ଷେପଣାସ୍ତ୍ର ମିଳିବା ପରେ ଏହା ଏମ୍‌ଆଇ-୩୫ ହେଲିକପ୍ଟରର ଆକ୍ରମଣ ସାମର୍ଥ୍ୟ ବୃଦ୍ଧି କରିବ। ଏହା ଶତ୍ରୁପକ୍ଷର ଟ୍ୟାଙ୍କ୍‌କୁ ଧ୍ୱଂସ କରିବାରେ ସକ୍ଷମ ହୋଇପାରିବ। ବାୟୁସେନାରେ ଥିବା ଲଢ଼ୁଆ ହେଲିକପ୍ଟର ଏମ୍‌ଆଇ-୩୫ ସ୍ଥାନରେ ଆମେରିକାରୁ ଅଣାଯିବାକୁ ଥିବା ଆପାଚେ ହେଲିକପ୍ଟରକୁ ସାମିଲ କରାଯିବାର ଯୋଜନା ରହିଛି। ଆସନ୍ତା ମାସରୁ ଏହି ହେଲିକପ୍ଟର ଆମେରିକା ଯୋଗାଇଦେବ। ଭାରତ ରୁଷିଆଠାରୁ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବାକୁ ଦୀର୍ଘଦିନରୁ ଉଦ୍ୟମ କରିଆସୁଥିଲା। ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଜରୁରିକାଳୀନ ଆବଶ୍ୟକତା ଭିତ୍ତିରେ ଅସ୍ତ୍ର କିଣିବାରେ ଭାରତୀୟ ବାୟୁସେନା ଆଗରେ ରହିଛି। ଆକସ୍ମିକ ଯୁଦ୍ଧ ଲାଗି ନିଜକୁ ପ୍ରସ୍ତୁତ କରି ରଖିବାକୁ ବାୟୁସେନା ସ୍ପାଇସ୍‌-୨୦୦୦ ଯୁଦ୍ଧାସ୍ତ୍ର କିଣିବା ସହିତ ବିଭିନ୍ନ ଦେଶରୁ କ୍ଷେପଣାସ୍ତ୍ର କିଣିବା ଲାଗି ଚୁକ୍ତି ସ୍ବାକ୍ଷର କରିଛି।
ସେନା ଫ୍ରାନ୍ସରୁ ସ୍ପାଇକ୍‌ ଟ୍ୟାଙ୍କବିଧ୍ୱଂସୀ ଗାଇଡେଡ୍‌ ମିସାଇଲ ଏବଂ ରୁଷିଆରୁ ଇଗ୍‌ଲା-ଏସ୍‌ ଏୟାର ଡିଫେନ୍ସ ମିସାଇଲ ଜରୁରିକାଳୀନ ବ୍ୟବସ୍ଥାରେ କିଣିବା ପ୍ରକ୍ରିୟାରେ ରହିଛି। ସରକାର ୩ ବାହିନୀକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ କିଣିବା ଲାଗି କ୍ଷମତା ପ୍ରଦାନ କରିଛନ୍ତି। ଗତ ଫେବୃୟାରୀ ୧୪ରେ ପୁଲ୍‌ଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ସେନାକୁ ଏହି ଜରୁରୀ କ୍ଷମତା ପ୍ରଦାନ କରିଥିଲେ। ପୁଲ୍‌ଓ୍ବାମା ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହା ପରଠାରୁ ପାକିସ୍ତାନ ସୀମା ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ହରିୟାଣାରେ ବଡ଼ ଗେମ୍‌ ଖେଳିଲେ ରାହୁଲ, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୨୮।୯: ହରିୟାଣା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତେ ବୃ୍‌ଦ୍ଧି ପାଉଛି। ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି...

ପାକିସ୍ତାନକୁ ମୁହେଁ ମୁହେଁ ଶୁଣାଇଦେଲା ଭାରତ: ପାକିସ୍ତାନ ଆତଙ୍କବାଦର ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ,୨୮।୯: ମିଳିତ ଜାତିସଂଘ (ଜାତିସଂଘ)ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। UNGAରେ ରାଇଟ ଟୁ...

କୁଲଗାମ ଏନକାଉଣ୍ଟର: ୪ ଯବାନ ଆହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର କୁଲଗାମର ଆଡିଗାମ ଦେବସର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଏନକାଉଣ୍ଟରରେ ତିନି ସେନା ଯବାନ...

ନିର୍ମଳା ସୀତାରମଣଙ୍କ ବିରୋଧରେ ମାମଲା: କୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮।୯: ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ...

ଏମାନଙ୍କ ଆକାଉଣ୍ଟକୁ ଆସିବ ନାହିଁ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରାଇ ନିଅନ୍ତୁ ଏହି ୨ କାମ

ନୂଆଦିଲ୍ଳୀ,୨୮।୯: ଭାରତ ସରକାର ଦେଶର କୃଷକମାନଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି। ଏହି ଯୋଜନାଗୁଡିକରୁ କୃଷକମାନେ ସିଧାସଳଖ ଉପକୃତ ହୁଅନ୍ତି। ଆଜି ବି ଭାରତରେ ଅନେକ...

ତିରୁପତି ଗସ୍ତ ବାତିଲକୁ ନେଇ ଚନ୍ଦ୍ରବାବୁ-ଜଗନ ମୁହଁାମୁହିଁ

ଅମରାବତୀ,୨୮ା୯(ପି.ଟି.): ଓ୍ବାଇଏସ୍‌ଆର୍‌ସିପି ମୁଖ୍ୟ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ନିଜ ଧର୍ମ ଷୋଷଣା କରିବାକୁ କୁହାଯିବାରୁ ସେ ତାଙ୍କର ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଗସ୍ତ କାର୍ଯ୍ୟକ୍ରମକୁ ଶୁକ୍ରବାର...

ପାର୍ବଣରେ ଗଡ଼ିବ ୬ ହଜାର ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ, ୨୮।୯: ପାର୍ବଣ ଋତୁ ପାଖେଇ ଆସୁଥିବାରୁ ରେଲଓ୍ବେ ଦେଶବ୍ୟାପୀ ୬ ହଜାର ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ପ୍ରାୟ ୧ କୋଟି ଯାତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri