ରୁଷିଆ ଟ୍ୟାଙ୍କ୍‌କୁ ଚୋରେଇ ନେଲା ୟୁକ୍ରେନ ଟ୍ରାକ୍ଟର

କ୍ୱିଭ୍‌,୧।୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଙ୍ଗଳବାର ୬ ଦିନରେ ପହଞ୍ଚିଛି। ଇତିମଧ୍ୟରେ କିଛି ମଜାଳିଆ ଭିଡିଓ ସୋସିଆଲ ମଡ଼ିଆରେ ଘୁରି ବୁଲୁଛି। ସ୍ଥାନୀୟ କୃଷକ ଏକ ଟ୍ରାକ୍ଟରରେ ରୁଷିଆର ଏକ ଯୁଦ୍ଧ ଟ୍ୟାଙ୍କ୍‌ରକୁ ଟାଣି ନେଉଥିବା ଦେଖିବାକୁ ମିଳିଛି।

 

ୟୁକ୍ରେନ୍‌ କୂଟନୀତିଜ୍ଞ ଆଲେକ୍ସାଣ୍ଡର ସେରବା ଏବଂ ବ୍ରିଟିଶ୍‌ ଏମ୍‌ପି ଜନୀ ମର୍‌ସର୍‌ ଟୁଇଟରେ ଉକ୍ତ ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ୟୁକ୍ରେନ୍‌ ଟ୍ରାକ୍ଟର ରୁଷିଆ ଟ୍ୟାଙ୍କର ଚୋରି କରିନେଉଥିବା ମରସର୍‌ ଭିଡିଓ ଶେୟାର କରି ଲେଖିଛନ୍ତି। ଅନ୍ୟପକ୍ଷେ ତେଲ ସରିଯିବା କିମ୍ବା ଯବାନଙ୍କ ମୃତ୍ୟୁପରେ କ୍ୱିଭ୍‌ର ବହୁ ସ୍ଥାନରେ ଟ୍ୟାଙ୍କ୍‌ଗୁଡ଼ିକ ଅକାମି ହୋଇ ପଡ଼ିରହିଛି।

Share